#ଜାଗିଉଠ_ସର୍ବ_ଦାୟଦ
✍ସନ୍ତୋଷ ପଟ୍ଟନାୟକ
---0‐‐--
ଭାରତ ବରଷେ ଓଡିଶା ରାଇଜ
ଯାହା ଦେଖୁଅଛ ଆଜ
ଯୋଗଜନ୍ମାଙ୍କର ଉପହାର ଇଏ
ହେଜରେ ଉତ୍କଳୀ ହେଜ....
ଏ'ମାଟି ପୁଅଟା ଖଟୁଚି ଦାଦନ
ଅତୀତେ ଥିଲା ବଣିଜ
କାହାରି ମଙ୍ଗଳେ ଆଜିର ଶାସନ
ହଜି ହଜି ଯାଏ ଶୌର୍ଯ୍ୟ
ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ
ଅତୀତ ସ୍ମୃତିରେ ଲାଗିଛି ପରାଗ
ସୁପ୍ତ ହୁଏ ବଳ-ବୀର୍ଯ୍ୟ !
ବିଛିନ୍ନାଞ୍ଚଳକୁ ମିଶେଇବା ଲକ୍ଷ୍ୟ
ଶାସକଠୁ ନାହିଁ ଆଶା
ନିଜ ସ୍ବାର୍ଥ ପାଇଁ ଦେଶ ବିକିବାରେ
ଚାଲେ ତାଙ୍କ ଅଙ୍କକଷା
ଦିସାହୀନ ନୀତି ହେବକି ପ୍ରଗତି
ଫାଟିବ କଳିଙ୍ଗ ମାଟି
ଜାଗ ଭ୍ରାତାଗଣ ହୁଅ ସାବଧାନ
ପଛରେ ପକାଅ ଖଟି .....
ସଂଗ୍ରାମୀ ନାୟକ ବୀରଙ୍କ ଦାୟଦ
ଜାଗ କବିଗଣ ଜାଗ
ଲେଖନୀରୁ ତୁମ ଅଗ୍ନି ବର୍ଷାକର
ସ୍ବାର୍ଥ ଛାଡି କର ତ୍ୟାଗ
ନତମସ୍ତ ହେଉ ତୁମରି ସାହସେ
ଆଜିର ଏଇ ଶାସକ
ମାଆକୁ ନଭୁଲୁ ବିପଦ କାଳରେ
ମାଆ ତା' ପରିଚାୟକ
ଆସ କରିବା ଶପଥ
ବିଛିନ୍ନାଞ୍ଚଳକୁ ମିଶାଇବା ଲକ୍ଷ୍ୟେ
ଜାଗି ଉଠ ସର୍ବ ଦାୟଦ .....
~~~~0~~~~
ବେଗୁନିଆପଡା ବ୍ଳକ୍ , ତିରିଡ଼ା ,ଗଞ୍ଜାମ।
--------------------
ପରିଚାୟକ : କୌଣସି ବ୍ୟକ୍ତିକୁ ଅନ୍ୟ କୌଣସି ବ୍ୟକ୍ତି ବା ଦୁନିଆଁ ସଙ୍ଗେ ଯେ ପରିଚୟ କରାଇଦିଏ ।
No comments:
Post a Comment