Saturday, March 6, 2021

ସମର୍ପଣ (topic - 100 ଗୀତା ) quote #quot

ଗୀତା  : 100
ଗୀତା ଅଟେ ପୁଣ୍ୟ ପବିତ୍ର ମନ୍ଥନ 
      ଗୀତା ସର୍ବ ଶ୍ରେଷ୍ଠ ଜ୍ଞାନ 
ଧର୍ମ କର୍ମ ମାର୍ଗେ ପରିଷୃଷ୍ଠ ପୋଥି 
      ଗୀତା ହିଁ ଜୀବନ ମର୍ମ 
ଗୀତା ଅଟେ ଶିକ୍ଷା ଗୀତା ହିଁ ସଂସ୍କାର 
        ଗୀତା ଏକ ତପୋବନ
ସେହି ତପୋବନେ ବୈକୁଣ୍ଠ ବିହାରୀ 
        ତାଙ୍କ ପଦେ ରହୁ ମନ 
              - ସନ୍ତୋଷ ପଟ୍ଟନାୟକ  

ତତ୍ତ୍ବଜ୍ଞାନ ସାଥେ   ବ୍ରହ୍ମ ଜ୍ଞାନ ପୁଣି
         ଗୀତାରେ ରହିଛି ଭରି
ପଢୁଥାରେ ମନ   ପ୍ରଭୁଙ୍କୁ ସୁମରି 
         ଭବୁ ହେବା ପାଇଁ ପାରି
ଗୀତାଜ୍ଞାନ କୃଷ୍ଣ   କୁରୁକ୍ଷେତ୍ର ମଧ୍ଯେ
        ଥିଲେ ଅର୍ଜୁନକୁ କହି 
ଛାଡିଦିଅ ପାର୍ଥ ଲୋଭ ମୋହ ମାୟା
        ଧର୍ମକୁ ନିଅରେ ବୋହି
                   - ଜଗବନ୍ଧୁ ସାହୁ 

ଭାଗବତ ଗୀତା ପୂଣ୍ୟେ ସମର୍ପିତା
      ସତ୍ ପଥର ସଡକ
ସୁସ୍ଥ ଭବିଷ୍ୟତ ତହିଁରେ ସ୍ଥଗିତ
    ଅନନ୍ୟ ମିଠା ମହକ
ଧର୍ମ ସଂସ୍ଥାପନେ ମୁନି ରଚୟନେ
      ମହାଭାରତର ଗାଥା
ଶ୍ରବଣ ପଠନ ଜୀବ ଜନ୍ମ ଧନ୍ୟ
      ହଟିବ ସକଳ ବ୍ୟଥା
                - ଦାଶରଥି ସାହୁ 

ଧର୍ମ ମଧ୍ୟେ ଶ୍ରେଷ୍ଠ ସନାତନ ଧର୍ମ
      ଗ୍ରନ୍ଥ ମଧ୍ୟେ ଶ୍ରେଷ୍ଠ ଗୀତା 
କୁରୁକ୍ଷେତ୍ର ଯୁଦ୍ଧେ କୃଷ୍ଣ ଅର୍ଜୁନଙ୍କୁ
       ଆତ୍ମଶୁଦ୍ଧି ନୀତି ଶିକ୍ଷା 
ଜ୍ଞାନଯୋଗ ସାଥେ ଭକ୍ତିଯୋଗ ପୁଣି
        କର୍ମଯୋଗ ମହାତତ୍ତ୍ୱ
ପରମାତ୍ମିକ ତତ୍ତ୍ୱ ଶ୍ରୀମଦଭାଗବତ 
         ଗୀତାରେ ସର୍ବ ବର୍ଣ୍ଣିତ 
                 - ପ୍ରବୀର ମଲ୍ଲିକ୍

ଶ୍ରୀକୃଷ୍ଣଙ୍କ ମୁଖ ନିଃସୃତ ବାଣୀରେ
      ଶୋଭିତ ଯା' କଳେବର
ମହର୍ଷି ବ୍ୟାସଙ୍କ ଲେଖନୀ ସ୍ପର୍ଶରେ
      ଲିଖିତ ସେ ଗୀତାସାର
ଅଠର ଅଧ୍ୟାୟ ସାତଶହ ଶ୍ଳୋକେ
      ଗୀତା କଥାମୃତ ଲେଖା
ଗୀତାସାର ତତ୍ତ୍ୱ ଏ ସଂସାରେ ଅଟେ
        ନିର୍ବାଣର ଦୀପଶିଖା 
              - ରାମ ଚନ୍ଦ୍ର ପ୍ରଧାନ

ମାନବ ଜୀବନ ଯେତେକ ରହସ୍ୟ 
   ଗୀତାରେ ହୋଇଛି ଲେଖା 
ପଢ଼ିଲେ ଜାଣିବ ଜାଣିଲେ ଜିଣିବ 
    ଜୀବନ ହୋଇବ ଚୋଖା 
ନିମିଷକ ମଧ୍ୟେ ଉନ୍ନତିର ସାଧ୍ୟେ 
    ଦୁଃଖ ଦୁର୍ଦ୍ଦଶା ପାହାଡ଼ 
ଗୀତାରେ ରହିଛି ସର୍ବ ଉପଚାର 
     ଭାଙ୍ଗି ହେବ ଦୁଃଖ ଗଡ଼
                 - ଟୁକୁନା ସାହୁ

ମଦନ ମୋହନ ପ୍ରଭୁ ଘନଶ୍ୟାମ
      ମହୀ ର' ମହାନାୟକ 
ମୁକୁନ୍ଦ ମୁରାରୀ ହେ'ଭାବ ବିହାରୀ
    ମନୋହର ବଂଶୀ ବାଦକ 
ମହାଭାରତରେ ଗୀତା ଜ୍ଞାନ ଦେଇ
      ମନେଇଲ ପାର୍ଥ ମନ 
ମହାସମରରେ ତୁମ ନନ୍ଦିଘୋଷେ
      ମହାବୀର ବିଦ୍ଯମାନ 
             ‐ ରାଧା କୃଷ୍ଣ ବାୟକ

ମହାଭାରତର ମୂଳଦୁଆ ଅଟେ
     ଏହି ଗୀତା ଭାଗବତ
 ଏହା ଠାରୁ ସୃଷ୍ଟି ଜ୍ଞାନର ସାଗର
      ଧର୍ମ ଓ ନ୍ଯାୟର ପଥ
ରହସ୍ଯମୟ ଏ ଗୀତା ଗ୍ରନ୍ଥାବଳୀ
      ଝରାଏ ଅମୃତବାଣୀ
କେତେ ସାଧୁ ସନ୍ଥ ଆଜିଯେ ପାଣ୍ଡିତ୍ଯ
       ଗୀତାର ରହସ୍ଯ ଜାଣି
                     - ରବିନ୍ଦ୍ର ସାହୁ

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...