Wednesday, April 14, 2021

● ଏମିତି କେମିତି ହବ ●

                     ✍ ସରୋଜିନୀ ବେହେରା 

ଆକାଶ କହିବ ମାଟି ଶୁଣିବନି
ଏମିତି କେବେ କି ହୋଇବ !
ଜହ୍ନ ହସୁଥିବ କଇଁ ଫୁଟିବନି
କେମିତି ପୋଖରୀ ରହିବ... !

ଆସିବ ଅରୁଣ ପଦ୍ମ ହସିବନି
କିରଣ କି ଜ୍ୟୋତି ବାହିବ
ପବନ ବହିବ ବାସ ଖେଳିବନି
କୁସୁମ ଛାତି କି ସହିବ...... !

ଝରଣା ଝରିବ ଶବଦ ନ ହେବ
ପାହାଡ଼ ନିରବୀ ଶୋଇବ
ମୟୂର ନାଚିବ ମେଘ ବର୍ଷିବନି
ଅଦିନିଆ ହୋଇ ଚାହିଁବ.... !!

ହୃଦୟ ଛୁଇଁବ ପ୍ରେମ ହେବନାହିଁ
ପୀରତି ଅନଳ ଦହିବ
ସ୍ବପ୍ନ ଲେଉଟିବ ରାତି ଶୋଇଯିବ
ଶେଯଟା ଅଛୁଆଁ ରହିବ...... !!

ବାଜିବ ମୃଦଙ୍ଗ ପାଦ ନାଚିବନି
ଘୁଙ୍ଗୁର ଗୁମୁରି କାନ୍ଦିବ
ସାତସୁର ଥିବ ଲୟ ହଜିଯିବ
ସଙ୍ଗୀତ ବେସୁରା ହଜିବ..... !!

No comments:

Post a Comment

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...