Tuesday, April 13, 2021

●ଜଳ ଵିଷୁଵ ସଂକ୍ରାନ୍ତି ●ମହା ଵିଷୁଵ ସଂକ୍ରାନ୍ତି

ଆମ ସଂସ୍କୃତିରେ ଦୁଇଗୋଟି ଵିଷୁଵ ସଂକ୍ରାନ୍ତି ରହିଛି । 
●ଜଳ ଵିଷୁଵ ସଂକ୍ରାନ୍ତି
●ମହା ଵିଷୁଵ ସଂକ୍ରାନ୍ତି 
   
ତୁଳା ସଂକ୍ରାନ୍ତି, କାର୍ତ୍ତିକ ସଂକ୍ରାନ୍ତି ଵା ଗର୍ଭଣା ସଂକ୍ରାନ୍ତିକୁ ଜଳ ଵିଷୁଵ ସଂକ୍ରାନ୍ତି କୁହାଯାଏ ଏଵଂ  ଚଡ଼କ ସଂକ୍ରାନ୍ତି, ସଂକ୍ରାନ୍ତି ,ଛତୁଆ ସଂକ୍ରାନ୍ତି ଓ ପଣାସଂକ୍ରାନ୍ତି ଇତ୍ୟାଦି ନାମରେ ଜଣାଶୁଣା  ସଂକ୍ରାନ୍ତି ଵିଶେଷକୁ ମହା ଵିଷୁଵ ସଂକ୍ରାନ୍ତି କୁହାଯାଏ । 

ମହା ଵିଷୁଵ ସଂକ୍ରାନ୍ତି କେଵଳ ଓଡ଼ିଶାର ନୁହେଁ ସାରା ଦକ୍ଷିଣ ଏସିଆର ପାରମ୍ପରିକ ନଵଵର୍ଷ । ଆମ ଦକ୍ଷିଣ ଏସିଆର ସଂସ୍କୃତି ଏହି ଦକ୍ଷିଣ ଏସୀୟ ଜଳଵାୟୁ ଆଧାରରେ ନିର୍ଣ୍ଣୟ ହୋଇଅଛି । ଆମ ସଂସ୍କୃତିରେ ଗ୍ରୀଷ୍ମଋତୁଠାରୁ ଵର୍ଷ ଆରମ୍ଭର ନିୟମ ରହିଛି ।

 ଗ୍ରୀଷ୍ମଋତୁ ଦୁଇ ମାସ - ଵୈଶାଖ ଓ ଜ୍ଯୈଷ୍ଠ ।  ଦକ୍ଷିଣ ଏସିଆରେ ଵୈଶାଖ ମାସଠାରୁ ଗ୍ରୀଷ୍ମପ୍ରବାହ ଆରମ୍ଭ ହୁଏ ସେଥିପାଇଁ ଭାରତ ସମେତ ଶ୍ରୀଲଙ୍କା, ମାଲେସିଆ, ଇଣ୍ଡୋନେସିଆ,ବ୍ରହ୍ମଦେଶ,ଥାଇଲାଣ୍ଡ ଆଦି ଅନେକ ଦେଶରେ ଏହି ଦିନ ପାରମ୍ପରିକ ନଵଵର୍ଷ ପାଳିତ ହୋଇଥାଏ । 

ଯଥାର୍ଥରେ ଏହା ପ୍ରକୃତ ସନାତନୀ ନଵଵର୍ଷ କାରଣ ଓଡ଼ିଆ, ବଙ୍ଗାଳୀ, ମୈଥିଳୀ,ମଲୟାଲମୀ,
ତାମିଲ,ତୁଲୁ,ପଞ୍ଜାଵୀ,ଆସାମୀ ଇତ୍ୟାଦି ଅଧିକାଂଶ ମହାଭାରତୀୟ ଜାତିଙ୍କର ଏହି ଦିନ ହୁଏ ପାରମ୍ପରିକ ନଵଵର୍ଷ ।

 ସେଇଭଳି ହିନ୍ଦୁ(ଭାରତ), ବୌଦ୍ଧ(ଶ୍ରୀଲଙ୍କା, ବ୍ରହ୍ମଦେଶ ଇତ୍ୟାଦି) ଓ ସିଖ୍(ପଞ୍ଜାବ) ଆଦି ସନାତନୀ ଧର୍ମର ଲୋକେ ଆଜିର ଦିନରେ ହିଁ ପାରମ୍ପରିକ ନଵଵର୍ଷ ପାଳିଥାଆନ୍ତି । 

ଯେଉଁ ଯେଉଁ ଅଞ୍ଚଳରେ ଏକଦା କଳିଙ୍ଗୀମାନେ ନିଜ ସଂସ୍କୃତିର ପ୍ରଚାର ପ୍ରସାର କରିଥିଲେ ଆଜି ସେଇସବୁ ଅଞ୍ଚଳରେ ମହାଵିଷୁଵ ସଂକ୍ରାନ୍ତି ପାରମ୍ପରିକ ନଵଵର୍ଷ ଭାଵେ ପାଳିତ ହେଉଛି ।

 କିଛି ମୌଳିଵାଦୀ ପଶ୍ଚିମଭାରତୀୟ ଲୋକ କଳିଙ୍ଗୀମାନଙ୍କର ଏହି ହୃତ ଗୌରଵକୁ ଲୋକଙ୍କଠାରୁ ଲୁଚେଇଵାକୁ ଚୈତ୍ର ପ୍ରତିପଦା ଭଳି  ସ୍ଵଳ୍ପ କ୍ଷେତ୍ରରେ ପାରମ୍ପରିକ ନୂଆଵର୍ଷ ଭାଵେ ପାଳିତ ଏକ ଅପ୍ରସିଦ୍ଧ ନଵଵର୍ଷକୁ ସନାତନୀ ନଵଵର୍ଷ କହି ମିଥ୍ୟା ପ୍ରଚାର ପ୍ରସାର କରୁଛନ୍ତି ।

ଭାରତର କୌଣସି ଆଧିକାରିକ ନଵଵର୍ଷ ନାହିଁ ଵା ସେମିତି କୌଣସି ନଵଵର୍ଷର ଉଲ୍ଲେଖ ସମ୍ବିଧାନରେ କରାଯାଇନାହିଁ । ଯାହା ସମ୍ବିଧାନରେ ନାହିଁ ତାହା ଗ୍ରହଣ କରିଵାକୁ ତାମିଳ,ଓଡ଼ିଆ, ପଞ୍ଜାବୀ, ବଙ୍ଗାଳୀ ଓ ଆସାମୀ ଇତ୍ୟାଦି ମହାଭାରତୀୟ ଜାତିମାନେ ବାଧ୍ଯ ନୁହନ୍ତି । 

ଅସ୍ତୁ, ସାରା ଦକ୍ଷିଣ ଏସିଆର ପାରମ୍ପରିକ ନଵଵର୍ଷ ମହାଵିଷୁଵ ପଣାସଂକ୍ରାନ୍ତି ହିଁ ଯଥାର୍ଥରେ ସନାତନୀ ନଵଵର୍ଷ । ଜାରଜମାନେ  ଆପଣା ପିତୃଦୋଷରୁ ଏକଥା ମାନିନପାରନ୍ତି ଏହା ତାଙ୍କ ସମସ୍ୟା ,ଆମର ନୁହେଁ । 

(ଜଣେ ଓଡ଼ିଆ ହୋଇ ବି ଵର୍ଗୀ ନଵଵର୍ଷକୁ ହିନ୍ଦୁ ନଵଵର୍ଷ କହି ଶୁଭକାମନା ହେଇଥିଲେ ତାଙ୍କୁ ମୋର ଉତ୍ତର ! ଆମକୁ ଶହେ ଵର୍ଷ ଧରି ଲୁଟିଥିଵା ଓ ଦକ୍ଷିଣ ଓଡି଼ଶାକୁ ଫରାସୀ ତଥା ଇଂରେଜଙ୍କୁ ଦେଇ ଦେଇଥିଵା ଵର୍ଗୀ ମରାଠୀମାନଙ୍କ ନଵଵର୍ଷ ଆମେ କାହିଁକି ପାଳିଵା ?  )
       ଉପସ୍ଥାପନା ; ଶିଶିର ସାହୁ ମନୋଜ 

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...