ଜଣେ କଳାକାର ଏଇ ଜୀବନ
ଠାକୁର ଘରେ ଧୂପକାଠି ସମ
ଜଳି ଜଳି ଝରାଏ ସୁବାସ
ପ୍ରଭୁ ପଦ ଜିଣି ....ପ୍ରତି ପ୍ରାଣ କିଣି
ଅବଶେଷେ ହୁଏ ସେ ପାଉଁଶ ....... ( 0)
ଧୂପକାଠି ଜଳି ଜଳି
ଝରାଏ ସୁଗନ୍ଧ
କଳାକାର ହସେ କାନ୍ଧେ
ମୁହେଁ ମାଖୀ ରଙ୍ଗ ........
ଅସରନ୍ତି ତା ମନର ଶୋଷ
କେବେ ପିଏ ଲୁହ ...... କେବେ ଚାପେ କୋହ
ଦୁଃଖ ନିଆଁରେ କେବେ ଦିଏ ଝାସ ....
ଅବଶେଷେ ହୁଏ ସେ ପାଉଁଶ ....... ( ୧ )
* * * * * * * * ପ୍ରବୀର ମଲ୍ଲିକ
ଶାରଳା ପୀଠ , ଝଙ୍କଡ଼
ଜଗତସିଂହପୁର
No comments:
Post a Comment