Thursday, July 29, 2021

● କିଏ ତୁ' ଲେଖକ ●

                               ✍ ରବିନ୍ଦ୍ର ସାହୁ ,ଗଞ୍ଜାମ 
କିଏ ତୁ ଲେଖକ  କି' ପାଉରେ ଯଶ
      କରୋନା ତାଣ୍ତବ ରଚି
 କି ଗୁଢ ରହସ୍ଯ  କଣ ତୋ ଉଦ୍ଦେଶ୍ୟ 
       କିସ ତୋ ମନରେ ଅଛି...
ଦେବ ନା ତୁ ନର କେଉଁଠି ତୋ ଘର
        ଦେବୁକି ଉତ୍ତର ତୁହି
  କହିବୁକି ଥରେ ତୋର ଏ ଗୁମର
         ସଜେଇଛୁ କେତେ ଜୁଇ
ଏତେ ଅବିବେକି ଏତେ ତୁ ନିଷ୍ଠୁର
       ଏମିତି କିପରି ହେଉ
 ସଜେଇ କରୋନା ମୃତ୍ୟୁ କାରଖାନା
       ଅନେକ ଜୀବନ ନେଉ
ବାପ ଥାଉ ଥାଉ ପୁଅ ଚାଲିଯାଏ
      ମାଆ ଥାଉ ଥାଉ ଝିଅ
ଚାରିଆଡେ ଲାଗେ ଶ୍ମଶାନ ଶ୍ମଶାନ
       ଥରିଯାଏ ସବୁ ଦିହ
 କେମିତି ଏ ବେଳ କାଳର କରାଳ
        କିପରି ଆସିଛି ଋତୁ
ଚିକିତ୍ସା ପାଇଁ ଯେ ସକାଳକୁ ଯାଏ
       ସଞ୍ଜକୁ ଆସେ ତା' ମୃତ୍ୟୁ
ଶ୍ବାନ ଶୃଗାଳଏ   ମୁରୁକି ହସନ୍ତି
        ମଣିଷ ଦୁର୍ଦ୍ଦଶା ଦେଖି
ବାପର ଶବକୁ ପୁଅ କାନ୍ଧ ଦେବ
       ସମାଜ ଦେଉନି ଟେକି
ମୃତ୍ଯୁ ସୌଦାଗର ଚଲାଏ ବେପାର
         ମଣିଷର ଅଙ୍ଗ ବିକି
ରକ୍ଷକ ଆଜିବି  ଭକ୍ଷକ  ସାଜିଛି
         କୁମ୍ଭୀରବି ଘରଢିଙ୍କି
ମଣିଷରୂପୀ ବି କରୋନା କେତେକ
        ହେଉଛନ୍ତି ଡାଲୁ ଡାଲୁ
 ମଣିଷ ମାଉଁସ  ନଖେ ଚିରୁଛନ୍ତି
        ପାଲଟି ନୃଶଂସ ଭାଲୁ
କେମନ୍ତ ରହସ୍ଯ କଣ ଏ ଉଦ୍ଦେଶ୍ୟ
        ଇଏ କି ଗୁମର କଥା
ମହଙ୍ଗା ହେଲାଣି ବଜାର ସଉଦା
       ଜୀବନ ହେଲାଣି ଶସ୍ତା
ଏକଣ ସେକଣ ବିଲେଇ ପରିକା
       ହୁଏ ଖଟିଖିଆ ଲୋକ
ଗରିବଟା ଏବେ ଗୁମୁରି କାନ୍ଦୁଛି
    ନ ସହି ପେଟର ଭୋକ
ହାତ ଥରୁଥାଏ ଏ କଥା ଲେଖିଲେ
       ଓଠ ବି ପାରେନା କହି
ଛପନଭୋଗୀ ନା ଛଦ୍ମବେଶୀ ତୁହି
       ଏସବୁ ପାରୁଛୁ ସହି
କରୋନା କବଳେ କରୁଣ ଚିତ୍କାର
    ପଡୁନିକି ତୋର କର୍ଣ୍ଣେ
ଧୂନି ଭଳି ଜଳେ  ଶ୍ମଶାନ ସବୁଠି
      କରୋନାର ମାୟାବନେ
ଉଇହୁଙ୍କା ପରି ଉଜୁଡି ଗଲାଣି
     ଗରିବର ଚାରିକାନ୍ଥ
ଆଖି ମିଟି ମିଟି ସବୁତୁ ଦେଖୁଛୁ
     ତଥାପି ରହିଛୁ ଶାନ୍ତ
କହରେ କାଳିଆ  ହେଲେ କୋ' ଭଳିଆ
        ମଣିଷର ପରିସ୍ଥିତି
ନର ପାଇଁ ସାଜି ନାରାୟଣ ତୁହି
       ରଖିବୁ ତୋହର କୀର୍ତ୍ତି,,,

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...