ସକାଳୁ ସକାଳୁ ମନ ମୋ ବଳିଛି
କବିତା ଲେଖିବି ବୋଲି ,
ସମ୍ପର୍କ ରହିଲେ କ୍ଷମା କରିଦେବ
ସଂଯୋଗ ଭାବିବ ଖାଲି | (1)
ଯଦି କେହି ମତେ ଭୁଲ ବୁଝିବେ
ମୋର ହେବନି କିଛି ,
ଭାବିଚିନ୍ତି ମତେ କମେଣ୍ଟ କରିବ
ନହେଲେ ମୁଣ୍ଡକୁ ଦେବି ମୁ ଛେଚି |(2)
ଦଶମ ଶ୍ରେଣୀରେ ସ୍କୁଲ ସମୟେ
କରୁଥିଲି ଯାହାକୁ ଲାଇକି ,
କରୋନା କାଳରେ ବାହା ହେଲି ତାକୁ
ହାତରୁ ଫାଇନି ଦେଇକି |(3)
ଏଭଳି ଝିଅକୁ ପ୍ରେମ କଲି ବୋଲି
ନିତି କରୁଅଛି ଜେରା ,
ପ୍ରେମ ନୁହଁ ସେତ ଗରମ ପବନ
ସତେ ବୈଶାଖୀ ଖରା |(4)
ଚୁପଚୁପକିନି କଥା କହୁଥିଲେ
ଶୁଭୁଥାଏ ଆରସାହିକି ,
ଏହାଶୁଣି ବାପା ବୋଉମୋ କୁହନ୍ତି
ବହୁ ଆମ ଛୋଟ ମାଇକି |(5)
ଥରେ ମୁହିଁ ତାକୁ ସନ୍ଧ୍ୟାରେ କହିଲି ଚାଲଗୋ
ଯିବା ଆମେ ଶପିଂ କରିକି ,
ଖୁସିହୋଇ ସିଏ ଶୀଘ୍ର ଘରକାମ ସାରି
ସୋଫାରେ ବସିଲା ସଜ ହୋଇକି |(6)
ସନ୍ଧ୍ୟାରେ ଫେରିଲା ବେଳକୁ ଘରକୁ
ଚୁପ ଅଛି ଇଏ କାହିଁକି ?
ଭାବିବାପରେ ଜାଣିଗଲି ମୁହିଁ ଲିପିସ୍ଟିକ ଭାବିକି
ମାଇକି ମାରିଚି ଓଠରେ ଫେବିକୁଇକି |(7)
ଅଙ୍କିତ କୁମାର ସ୍ୱାଇଁ
ଆପେକ୍ସ ମହାବିଦ୍ୟାଳୟ ,
କମାଗଡ, ଯାଜପୁର
No comments:
Post a Comment