Thursday, July 29, 2021

● କ୍ଷେତ ଭ୍ରମଣ ●


ଗୃହରୁ ବାହାରି ଉପବନ ମଧ୍ୟେ 
    ପଥପରେ ଗଲି ଚାଲି ଚାଲି ।
କୁବେର ସମ ଶସ୍ୟ ର ଭଣ୍ଡାର 
    ନୟନ ଦେଖିବ ମୋ ବୁଲି ବୁଲି ।।୧

 କୁଳୁକୁଳୁ ନାଦ ହିଡ ଭାଙ୍ଗି 
    ବୋହିଯାଏ ଧୀର ଧାର ।
ହସେ ଝୁଲି ଝୁଲି ମନଖୋଲି 
    ନାଚୁଛି ରସିକ ସମୀର  । ।୨

ପବନ ହିଲ୍ଲୋଳେ ଧାନଗଛ
   ନାଚୁଅଛି ଡେଇଁ ଡେଇଁ ।
ହରିତ ପରସ୍ତ ଉର୍ମି ମାତୁଛି 
    ଗାଏ ଆଜି  ମନ ଭୁଇଁ  ।।୩

ଗଗନେ ଧଳା କଳା ଜଳଦ 
     ବିଲକୁ ଜୋଡିଏ ବଳଦ ଲୋଡ଼ା ।
ବାରିଦ ବର୍ଷିଣ ବଳଦ ଚଷିଣ 
   ରଚିବେ ସୁନାର ଫସଲ ତୋଡା ।।୪

ଗୀତିକାର ଏଠି ପବନ ସାଜିଛି 
    ବାଜଣା ବଜାଏ ମେଘନାଦ ।
ନର୍ତ୍ତକୀ ରୂପେ ଅବନୀ ରାଣୀ 
    ଶିହରଣ ଶୁଣି ଏ ଶବଦ  ।।୫ 

ତୁଷାର ଛାଉଣୀ ଶିଶିର ପ୍ରକାର 
    ସ୍ୱେତ ସ୍ୱେତ ଲାଗେ ଭୂଧର ।
ହିମାଚଳ ଭ୍ରମ ଉପୁଜାଇ ଦିଏ 
   ମେଘର ଏମନ୍ତ  ଆସର   ।।୬  

କଣ୍ଟି କୁ ଜାବୁଡ଼ି ଅଣ୍ଟା ତାର ଭିଡ଼ି 
   ଛାଟ ପରେ ଛାଟ ମାରି  ।
ଗୀତ ଗାଇ ଗାଇ ମନ ନଚେଇ 
     ଚାଷୀଭାଇ ମୋର ଏହିପରି ।।୭ 

ଦିବା ସମୟେ ନାହିଁ ଦିବାକର 
   ସୁକ୍ଷ୍ମ ଆଲୋକ ର ଧାରା  ।
ଅସରାଏ ଝଡ଼ି ଯାଏ ବରଷି 
   ଜଳମୟୀ ଆଜି  ଧରା  ।।୮  

ଗଗନ ପବନ ହସି ଉଠନ୍ତି 
   ଚାରିଦିଗେ ସବୁଜିମା ।
ଶସ୍ୟ ର ଲହରୀ  ସୃଜି ଦେବେ 
    ଆମର ଧରିତ୍ରୀ ମା  ।।୯  

ସୁନ୍ଦର ଏ ଚିତ୍ର ଶତ ପବିତ୍ର  
    ଚିତ୍ତ ପଟେ ସଦା ସ୍ଥାନ ।
ଭାଳୁଅଛି ମୁହିଁ ଭାଳୁଥିବି  
   ଦୃଶ୍ୟ ନାମେ ତୁହି ମହାନ ।।୧୦ 

            ✍ରାକେଶ ରତନ ପ୍ରଧାନ

No comments:

Post a Comment

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...