ଗୃହରୁ ବାହାରି ଉପବନ ମଧ୍ୟେ
ପଥପରେ ଗଲି ଚାଲି ଚାଲି ।
କୁବେର ସମ ଶସ୍ୟ ର ଭଣ୍ଡାର
ନୟନ ଦେଖିବ ମୋ ବୁଲି ବୁଲି ।।୧
କୁଳୁକୁଳୁ ନାଦ ହିଡ ଭାଙ୍ଗି
ବୋହିଯାଏ ଧୀର ଧାର ।
ହସେ ଝୁଲି ଝୁଲି ମନଖୋଲି
ନାଚୁଛି ରସିକ ସମୀର । ।୨
ପବନ ହିଲ୍ଲୋଳେ ଧାନଗଛ
ନାଚୁଅଛି ଡେଇଁ ଡେଇଁ ।
ହରିତ ପରସ୍ତ ଉର୍ମି ମାତୁଛି
ଗାଏ ଆଜି ମନ ଭୁଇଁ ।।୩
ଗଗନେ ଧଳା କଳା ଜଳଦ
ବିଲକୁ ଜୋଡିଏ ବଳଦ ଲୋଡ଼ା ।
ବାରିଦ ବର୍ଷିଣ ବଳଦ ଚଷିଣ
ରଚିବେ ସୁନାର ଫସଲ ତୋଡା ।।୪
ଗୀତିକାର ଏଠି ପବନ ସାଜିଛି
ବାଜଣା ବଜାଏ ମେଘନାଦ ।
ନର୍ତ୍ତକୀ ରୂପେ ଅବନୀ ରାଣୀ
ଶିହରଣ ଶୁଣି ଏ ଶବଦ ।।୫
ତୁଷାର ଛାଉଣୀ ଶିଶିର ପ୍ରକାର
ସ୍ୱେତ ସ୍ୱେତ ଲାଗେ ଭୂଧର ।
ହିମାଚଳ ଭ୍ରମ ଉପୁଜାଇ ଦିଏ
ମେଘର ଏମନ୍ତ ଆସର ।।୬
କଣ୍ଟି କୁ ଜାବୁଡ଼ି ଅଣ୍ଟା ତାର ଭିଡ଼ି
ଛାଟ ପରେ ଛାଟ ମାରି ।
ଗୀତ ଗାଇ ଗାଇ ମନ ନଚେଇ
ଚାଷୀଭାଇ ମୋର ଏହିପରି ।।୭
ଦିବା ସମୟେ ନାହିଁ ଦିବାକର
ସୁକ୍ଷ୍ମ ଆଲୋକ ର ଧାରା ।
ଅସରାଏ ଝଡ଼ି ଯାଏ ବରଷି
ଜଳମୟୀ ଆଜି ଧରା ।।୮
ଗଗନ ପବନ ହସି ଉଠନ୍ତି
ଚାରିଦିଗେ ସବୁଜିମା ।
ଶସ୍ୟ ର ଲହରୀ ସୃଜି ଦେବେ
ଆମର ଧରିତ୍ରୀ ମା ।।୯
ସୁନ୍ଦର ଏ ଚିତ୍ର ଶତ ପବିତ୍ର
ଚିତ୍ତ ପଟେ ସଦା ସ୍ଥାନ ।
ଭାଳୁଅଛି ମୁହିଁ ଭାଳୁଥିବି
ଦୃଶ୍ୟ ନାମେ ତୁହି ମହାନ ।।୧୦
✍ରାକେଶ ରତନ ପ୍ରଧାନ
No comments:
Post a Comment