Tuesday, July 20, 2021

● ପ୍ରତାରଣା ●


ନିସ୍ତବ୍ଦ ମୁଁ ଆଜି ତୋ ପ୍ରତାରଣାରେ
ତୋ ପାଇଁ ମୁଁ ' ଜଳେ ପ୍ରତି ମୁହୂର୍ତ୍ତରେ 
ହୃଦୟର ବ୍ୟଥା ତୁ କାଇଁ ବା ବୁଝିବୁ
ତୁ ତ' ଅଛୁ ବହୁ ଖୁସିରେ।

                        ତୋ ଭଲ ପାଇବା ଥିଲା ନାଟକୀୟ 
                          ମୋ ସାଥେ ତୁ' କଲୁ ଅଭିନୟ
                       କେତେ ମନଦେଇ ପାଇଥିଲି ଭଲ 
                        ହେଲେ ଛଳନାରେ ଦେଲୁ ତୁ' ଲୟ 

ତୋ ହୃଦୟ ସତେ ଟାଣ ପଥରଟେ
ହୃଦୟକୁ କଲୁ ମୋର କାଚଖଣ୍ଡ ସତେ
ଭଙ୍ଗା ହୃଦୟ କି' ଆଉ ଯୋଡ଼ି ହୋଇବ 
କୋଉ କାରିଗର କିବା ପ୍ରୟାସ କରିବ 
       
                      ତୋ' ପାଇଁ ମୁଁ' କେତେ କାଇଁ ଝୁରୁଚି
                    ପ୍ରତାରଣା ବିଷେ ପ୍ରତି ମୁହୂର୍ତ୍ତେ ମରୁଛି
                      ଆଜି ମୁଁ ଗୋଟେ ଶବ ପାଲଟିଛି
                      ତଥାପି ତତେ ମୁଁ ଅପେକ୍ଷା କରିଛି

କେବେ ତୁ' ଫେରିବୁ ମୋ ଜୀବନକୁ
ମିଛ ଭଲ ପାଇବାର ଅଭିନୟ ନେଇ
ପ୍ରତାରଣା ସଙ୍ଗେ ମିଛ ପ୍ରତିଶ୍ରୃତି
ଯାହା ଦେଇଥିଲୁ ଅତୀତରେ ଥାଇ
      
                     ତୁ' ମତେ ଧୋକା ଦେ କିମ୍ବା ଯନ୍ତ୍ରଣା ଦେ
                     ତୋ ସୁଖ ପାଇଁ ଯାହା ତୁ' କରିବୁ
                             ସହିଯିବି ମୁଁ ଖୁସିରେ,,,
                             ହଁ ସହିଯିବି ମୁଁ ଖୁସିରେ ,,,,
                      ହଁ ମୁଁ ନିସ୍ତବ୍ଦ ତୋ' ପ୍ରତାରଣାରେ......

ସୁଶୀଲ୍ କୁମାର ଭୋଇ, ଭୁବନେଶ୍ୱର-୨।
(ସାମାଜିକ କର୍ମୀ/ଯୁବ ଲେଖକ)
୬୩୭୧୭୭୭୮୭୬

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...