Friday, July 30, 2021

● ଶିକାର ●

ହେ ଶିକାରୀ .....
ତୁମ ମୁନିଆ ଦାନ୍ତର ଆଘାତେ
ରକ୍ତାକ୍ତ ମୁଁ ପ୍ରାଣୀ ଯେ ଚତୁର
ଅସହାୟ ଅବଶ ଆଜି
ଶକ୍ତିହୀନ ଜୀବନ୍ତ ଶରୀର ......

ତୁମ ନଖପଞ୍ଝାରେ ଆବଦ୍ଧ ମୁଁ
ନିର୍ବାକ ନିରୁପାୟ
ତୁମ ଇଛା ଇଲାକାରେ ବନ୍ଦୀ ମୁଁ
ଖସିବାକୁ ଯୁ ନାହିଁ  ମୋର .......

ମୁଁ ଆଜି ମୋ ଭିତରେ ନାହିଁ 
ଶିରୋଧାର୍ଯ୍ୟ ତୁମ ଆଦେଶର 
 ସେଥିପାଇଁ ତ
ତୁମ ଖେଳ ଯେ ନିଆରା 
ଖାଦ୍ୟ ସହ ଖାଦକର .....

ତୁମ ପାଖରେ ହାରିଛି ମୁଁ 
ଜିତିବା ମୋ ଜାତକରେ ନାହିଁ 
ସେଥି ଲାଗି ତ ସମର୍ପିଲି
ଏଇ ମୋର ବିଶାଳ  ଶରୀର
କାରଣ ତୁମ ମୋ ଭିତରେ ସମ୍ପର୍କ
ତୁମେ ଶିକାରୀ ମୁଁ ଶିକାର .....
        * * * * *      ପ୍ରବୀର ମଲ୍ଲିକ୍ 
                      ଶାରଳା ପୀଠ , ଝଙ୍କଡ଼
                           ଜଗତସିଂହପୁର

No comments:

Post a Comment

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...