Friday, July 30, 2021

●~: ଫେରିବକି ସତ୍ୟାଗ୍ରହୀ :~●


ସତ୍ୟାଗ୍ରହ ର ସତ୍ୟ ଧାରରେ
ଥିଲେ ଯେଉଁ ଗଣ-ବିପ୍ଳବର
               ଚେତନାର ମଙ୍ଗୁଆଳ ,
ସତ୍ୟ ଅହିଂସା ଦୁଇ ଆୟୁଧକୁ 
ଜୀବନ୍ତ କଲ ସାଧନା ତପସ୍ୱୀ
               ଜନତାର ଜଗୁଆଳ ।
               

ଫୁଙ୍ଗୁଳା ଦେହେ , ଲଙ୍ଘିଲ ତୁମେ
ବିଶ୍ୱେ ଲିଭାଇଲ ବର୍ଣ୍ଣବୈଷମ୍ୟ
              ଉଡାଇ ମାନବ ଧ୍ବଜା ,
ହେ ମହାସାଧକ ସାଧନା ତୁମର
ଭୁଲିଯାଇ ନାହିଁ ଏ ବିଶ୍ୱ ମାନବ
              ଆଜି କରେ ତୁମ ପୂଜା। 


ଆସିବ କି ଥରେ ଦେଖିବାକୁ ତୁମ
ଦୁର୍ଦ୍ଧଷ  ମାନବ ଧରିଛି କିପରି
              ଅସତ୍ୟ ହିଂସାର ଅସ୍ତ୍ର ,
ନିରୀହ ମଣିଷ ତ୍ରସ୍ତା ମୃଗସମ
ବ୍ୟକ୍ତି ଯେ ଏଠାରେ ନିଜର ସ୍ୱାର୍ଥରେ 
              ବ୍ୟସ୍ତ ଖାଲି ବ୍ୟସ୍ତ ।


ଧ୍ବଂସ ପଥର କ୍ଳାନ୍ତ ପଥିକ
ଚାହିଁଅଛି ତୁମ ଆଗମୀ ମହକ
               ଆଶା ଆଶ୍ୱାସନା ବାରୀ ,
ତୁମ ଆଗମନେ ଫୁଟିବକି ଏଠି
ନବ ଜୀବନର ଦୁଃଖ ଦଡମଡି 
               ଯିବ କେବେ ଅପସରି। 


ହେ ମହାମାନବ ସାମର୍ଥ ଦିଅ
ଯୁଝିବାକୁ ଏ ଧରା ପୃଷ୍ଠରେ
               ଅନ୍ୟାୟ ଅତ୍ୟାଚାରେ ,
ସ୍ବେଛାଚାର ର ବିନାଶ ଯଜ୍ଞରେ
ଚେତନାର ଧ୍ବଜା ମହାଗମ୍ଭୀରେ
               ଉଡୁଥାଉ ନିରନ୍ତରେ
               ଉଡୁଥାଉ ନିରନ୍ତରେ


                          -: ଅଙ୍କିତ କୁମାର ସ୍ୱାଇଁ  :-
                          - ଶାସନ୍ଦା, ବିଂଝାରପୁର, ଯାଜପୁର -

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...