****ଓଡ଼ିଆଣୀ... ଏକ ପ୍ରାଚୀନ ଅଳଙ୍କାର *****
(ସଂଗୃହୀତ ଉପସ୍ଥାପନା ; ଅମ୍ବିକା ପଟ୍ଟନାୟକ)
"ଅଣ୍ଟାରୁ କାଢ଼ିଲେ ମାୟେ ରତ୍ନ ଓଡ଼ିଆଣୀ,
ନାକରୁ କାଢ଼ିଲେ ମାୟେ କନେକ ବସଣୀ l"
ବଳରାମ ଦାସ ବିରଚିତ "ଲଷ୍ମୀ ପୁରାଣ ", ମା ଲଷ୍ମୀଙ୍କ ଶ୍ରୀମନ୍ଦିର ପରିତ୍ୟାଗ ଆଗରୁ ଆଭୂଷଣ ତ୍ୟାଗ l
"ଡମ୍ବରୁ ମଝାକୁ ଶୋଭା ଦିବ୍ୟ ଓଡ଼ିଆଣୀ,
ଶ୍ରୀଅଙ୍ଗେ ଚନ୍ଦ୍ର ଚନ୍ଦନ ନେତ୍ର ଚାରୁ ଠାଣି ହେ l"
ଦୀନକୃଷ୍ଣ ଦାସଙ୍କ ଶ୍ରୀ ଜଗନ୍ନାଥଙ୍କ ଅଳଙ୍କାର ବର୍ଣ୍ଣନା l
"ଓଡ଼ିଆଣୀ " ବୋଇଲେ କଣ ବୁଝାଏ ? ଓଡ଼ିଆଣୀ ଏକ ଧାତବ କଟି ମେଖଳା, ବର୍ତ୍ତମାନର ବେଲ୍ଟ ପରି l ପ୍ରାୟ ରାଜ ପରିବାରର ମହିଳା ମାନେ ଏହା ନିଜ ଅଣ୍ଟାରେ ପିନ୍ଧୁଥିଲେ l
ସୁନା କିମ୍ବା ରୂପାରେ ତିଆରି ଏଇ ଓଡ଼ିଆଣୀରେ ବିଭିନ୍ନ ପ୍ରକାର ରତ୍ନ ମଧ୍ୟ ବ୍ୟବହାର ହେଉଥିଲା l ବେଳେ ବେଳେ ଆତ୍ମରକ୍ଷା ପାଇଁ ଛୋଟ ଛୁରିକା ମଧ୍ୟ ରଖା ହଉଥିଲା l
ଚିତ୍ରଟି ବିଜୟନଗରମ ପ୍ରାସାଦ ସଂଗ୍ରହାଳୟରେ ଥିବା ଗଜପତି ପ୍ରତାପରୁଦ୍ର ତନୟା ଜଗନମୋହିନୀଙ୍କ ଓଡ଼ିଆଣୀ l ପ୍ରବାଦ ଅଛିଯେ ଏଇ ଓଡ଼ିଆଣୀରେ ଥିବା ଛୁରିକା କଥା ଶୁଣି, ବିବାହ ପରେ କୃଷ୍ଣ ଦେବ ରାୟ ଅନେକ ଦିନ ପର୍ଯ୍ୟନ୍ତ ହୁଏତ ଭୟରେ ଜଗନମୋହିନୀଙ୍କ ପାଖକୁ ଯାଇ ନଥିଲେ l ଜଗନମୋହିନୀ ବିଜୟନଗର ଇତିହାସରେ ତୁକ୍କା ନାମରେ ପରିଚିତା ଓ "ତୁକ୍କା ପଞ୍ଚକମ " ର ରଚୟିତ୍ରୀ l
ଚିତ୍ର ସୌଜନ୍ୟ - "ଉତ୍କଳ ଇତିହାସର ଏକ ଅଜ୍ଞାତ ଅଧ୍ୟାୟ ", ଶ୍ରୀ ଚକ୍ରଧର ମହାପାତ୍ର..
No comments:
Post a Comment