Sunday, August 15, 2021

● ଆମେ କେତେ ସ୍ବାଧୀନ ! ●

ସ୍ବାଧିନ ଭାରତେ       ପରାଧିନ ମନ
       ହୃଦେ ନାହିଁ ଦେଶ ପ୍ରେମ
ଲୋକ ଦେଖାଣିଆ  ଉଡାଉ ତ୍ରିରଙ୍ଗା
        ପାଇବାକୁ ରେ ସମ୍ମାନ

ଦେଶ ପ୍ରେମ କଣ     ପଚାରି ବୁଝହେ
         ଯାଇ ଯବାନ ଭାଇଙ୍କୁ
ବୋଡର୍ର ଉପରେ   ସଙ୍ଘର୍ଷ  ଯେ କରି
        ସୁରକ୍ଷା ଦିଏ ଆମକୁ

କାହାକୁ ଠକୁଛୁ     ଆରେ ବାୟାମନ
        ନିଜେ ଦିନେ ଯିବୁ ଥକି
ପାରିବୁନି କେବେ      ସମୟ ସୁଅକୁ
       କେବେ ମଧ୍ଯ ତୁହିଁ ରୋକି

ସ୍ବାଧିନ କହୁଛେ    ସର୍ବେ ଯେ ନିଜକୁ
         ନାରୀ ନୁହେଁ ସୁରକ୍ଷିତ
ଭଦ୍ର ମୁଖା ପିନ୍ଧା  ରାକ୍ଷାସଙ୍କ ମୁଖେ
          ଲାଗୁଅଛି ନାରୀ ରକ୍ତ

ଯେଉଁ ଦିନ ନାରୀ     ସୁରକ୍ଷିତ ହେବ
          ଜାଣିବ ହେଲୁ ସ୍ବାଧିନ
ସେଇ ଦିନ ଯାଏ    ଭାବି ନିଅ ସର୍ବେ
          ଅଛ ବୋଲି ପରାଧିନ

No comments:

Post a Comment

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...