Saturday, August 21, 2021

■ ସ୍ବଭାବ କବି ଗଙ୍ଗାଧର ■

             ✍ ଉପେନ୍ଦ୍ର କୁମାର ବସ୍ତିଆ 

ହେ' ମହାନ ଅବତାର 
କବି ଗଙ୍ଗାଧର 
ଶୁଭ ଅବସରେ ଘେନ 
ପ୍ରଣାମ ଆମର ।୧।

ସ୍ୱର୍ଗୀୟ ସୁଷମା ଘେନି 
ମର୍ତ୍ତ୍ୟକୁ ଆସିଲ 
ତୁଳସୀର ବାସପରି 
ଜନ୍ମରୁ ବାସିଲ।୨।

ବହୁ ଦୁଃଖ ଯନ୍ତ୍ରଣାରେ 
ନିତି ଥିଲ ଘାରି 
କର୍ମ କ୍ଷେତ୍ରେ ବୋଲାଇଲ
ସତେ ବନଚାରୀ ।୩।

ଆଦର୍ଶର ପରାକାଷ୍ଠା 
ଦେଖାଇଲ ତୁମେ 
କର୍ତ୍ତବ୍ୟ ପାଳନ କଲ 
ଲେଖନୀ ମାଧ୍ୟମେ ।୪।

ସଂସାର ଜଞ୍ଜାଳେ ତୁମେ 
ହୋଇଥିଲ ଛନ୍ଦି
ତଥାପି କବିତା ଡୋରେ 
ହୋଇଗଲ ବନ୍ଦୀ ।୫।

ବିଭିନ୍ନ ଅଞ୍ଚଳେ ତୁମ 
ଭିନ୍ନ ମତାମତ 
ଜ୍ଞାନର ଗାରିମା ସାଥେ 
ଚାଲେ ମନୋରଥ ।୬।

ଗଙ୍ଗା ପରି ପବିତ୍ରତା 
ଜ୍ଞାନର ଆଧାର 
ଜ୍ଞାନର ମହିମା ଖୋଜେ 
ଜ୍ଞାନର ଭଣ୍ଡାର ।୭।

ଖୋଜି ଖୋଜି ପାଇଥାଏ 
ଅମୂଲ୍ୟ ରତନ 
ସାଇତି ରଖେ ତାହାକୁ 
କରିଣ ଯତନ  ।୮।

ଯତନରେ ଥିଲେ ସିନା 
ଲାଗେ ନିଜ କାମେ 
ତାହା ପୁଣି କାମେ ଲାଗେ 
ଥିଲେ ଧରାଧାମେ ।୯।

ଆଜି ସେହି ରତନକୁ 
ଖୋଜୁଛି ମଣିଷ 
ଆଗକୁ ଚାଲଇ ଖୋଜି 
ତବ କୀର୍ତ୍ତି ଯଶ ।୧୦।

ରାଉରକେଲା , ସୁନ୍ଦରଗଡ଼ ।

No comments:

Post a Comment

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...