Sunday, August 15, 2021

■ଏଇ ମୋର ନିବେଦନ ■

ଝିପି ଝିପି ବର୍ଷା      ସାଥିରେ ବିଜୁଳି
       ବହେ କୋହଲା ପବନ
ଅନ୍ଧାର ରାତିରେ   ଶିବ ଶିବ ନାମେ
          କମ୍ପୁଛି ବନ ଗଗନ

କାନ୍ଧେ ପାଣି ଭାର କାଉଡିଆ ବୀର
        ଯାଉଛନ୍ତି ଶିବ ଧାମ
ଜଟିଆ ବାବା         ପାରି କରହେ
        ହୃଦ ସ୍ମରେ ତୁମ ନାମ

ଆହେ ପଶୁପତି  ତ୍ରିଲୋକର ସ୍ବାମୀ
        ଗଙ୍ଗାଧର ତ୍ରିଲୋଚନ
ଦୁଃଖ ଫେଡି ସୁଖ ଦିଅ ହେ ସଭିଙ୍କୁ
      ଏହି ମୋର ନିବେଦନ

କାଉଡିଆ ପଥ    ପୁଷ୍ପମୟ କର
         ରଖ ହେ ତାଙ୍କରି ମାନ
ଯୁଗେ ଯୁଗେ ପ୍ରଭୁ    ରହିଥାଉ ବିଶ୍ବେ
         ତୁମରି  ଯଶ ସମ୍ମାନ 

ମୁଁ ଅଧମ ସୁତ    ତୁମରି  ଆଶିଷେ
          ଲେଖୁଛି ଧରି କଲମ
ଦୋଷାଦୋଷ ପ୍ରଭୁ  ନଧରିବ ମୋର
        ମୁଁ ଯେ ତୁମରି ସନ୍ତାନ

  ପ୍ରେମକବି; ଜଗବନ୍ଧୁ ସାହୁ ,ଗଞ୍ଜାମ 

No comments:

Post a Comment

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...