Sunday, August 15, 2021

🇮🇳 ଭାରତମାତାର ବିଜୟ ଗାଥା 🇮🇳

🇮🇳ଭାରତମାତାର ବିଜୟ ଗାଥା🇮🇳

🙏🏻ଦିଲ୍ଲୀପ୍ କୁମାର ନନ୍ଦୀ🙏🏻

ମସ୍ତକେ ମୁକୁଟ ଗୀରିରାଜ ଶୋହେ
ବକ୍ଷରେ ଯା'ର ଗଙ୍ଗା ବହୁଥାଏ
କାଶ୍ମୀର ଠାରୁ କୁମାରୀକା ଯାଏ
ଶତ ମହୋଦଧି ଯାର ଗୀତି ଗାଏ।୧।

ଯା'କୋଳରେ ଜାତ କେତେ ସୁର ବୀର
ନିଜ ଜୀବନକୁ ମଣି ପାଣିଗାର
ମାଆ ମାତୃଭୂମି ପାଇଁ କରି ପଣ
ଦେଶ ପାଇଁ ବଳିଦେଲେ ସେ ଜୀବନ।୨।

ଫିରିଙ୍ଗି ହାତରୁ ଆଣିଲେ ଛଡ଼େଇ
କିଏବି ଅହିଂସା ନିତି ଆପଣେଇ
ଅବା ଛାତିରୁ କେ ରୁଧିର ବୁହାଇ
କିଏ ଅବା ମଥା ନତ କରିନାହିଁ।୩।

ପଥରରେ ଦେଇ ଇଟାର ଜବାବ
ଅବା ଶାନ୍ତିପୂର୍ଣ୍ଣ ଅହିଂସାର ଭାବ
 କୁଟି ଖାଇ କାଟି କରି ପରିଧାନ
ଅସହଯୋଗର କରି ଆନ୍ଦୋଳନ।୪।

ସବୁରି ହୃଦୟେ ଭରି ଦେଶ ପ୍ରେମ
ସ୍ଵାଧୀନକୁ କରି ନିତି ମୂଳମନ୍ତ୍ର
ଉଡ଼ାଇ ଦେଶରେ ତ୍ରିରଙ୍ଗା କେତନ
ମିଳିମିଶି କଲେ ଏ ଦେଶ ସ୍ବାଧୀନ।୫।

ସ୍ଵାଧୀନ ଭାରତ ସ୍ୱାଧୀନ ଚେତା
ଗାଇ ଯିବା ଆଜି ତା ଐକ୍ୟର ଗାଥା
ହିନ୍ଦୁ ମୁସଲମାନ ଶୀଖ୍ ଖ୍ରୀଷ୍ଟିଆନ
ଯେତେରେ ଆମେ ଏ ଭାରତ ସନ୍ତାନ।୬।

ଗାଇଯିବା ଆଜି ତା ହୃଦୟ କଥା
 ଭାରତ ମାତାର ବିଜୟର ଗାଥା
କାନେ କାନେ କହିଯିବା ବୀର କଥା
ଆମେ ତା ସନ୍ତାନ ସେ ଆମର ମାତା।୭।

🌹 ଧର୍ମଶାଳା, ଯାଜପୁର🌹
ଦୂରଭାଷ:---୯୭୭୮୩୯୩୨୨୫

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...