Friday, August 6, 2021

● ବାସ୍ତବକୁ ହେଜି ମରୀଚିକା ଛାଡ଼ ●


ମନ୍ଦକୁ ଏଠିରେ ସଭିଏଁ ଖୋଜନ୍ତି
          ଭଲର ଆସ୍ଥାନ ନାହିଁ ,
ମନ୍ଦ ଅପକର୍ମ ସବୁ କରି କରି
          ପାପ ଅରଜୁଛୁ କାହିଁ  |(1)

ସଂସାର ବାରିଧି ସର ହେଲେ ଏଠି
          ମଛ୍ୟଙ୍କ ରୂପରେ ନର  ,
ଜଞ୍ଜାଳ ଜାଲରେ ବାନ୍ଧିହୋଇ ସବୁ
          ଆପଣା ହେଲେଣି ପର  |(2)

ମାନବ ଦେହରେ ମାଧବ ଅଛନ୍ତି
          ଜାଣିପାରୁନାହୁଁ ତୁହି ,
କେମନ୍ତ ରୂପରେ ବୁଝାଇବି ତତେ
          ଆରେ ମୋ ମଣିଷ ଭାଇ  |(3)

ମାନବ ସେବାହିଁ ମାଧବ ସେବାଟି
          ଚିତ୍ତେ ରହିଅଛି ଯାର ,
ଧରମ ରୂପକ    ଆଶାବାଡି ଧରି
           ସଂସାରୁ ହୋଇବ ପାର   |(4)
          
ସଡ଼ରିପୁଙ୍କର ବଶବର୍ତ୍ତୀ ହୋଇ
           ଯାହାବି କରୁଛି ଶିକ୍ଷା ,
କଷ୍ଟ ହିଁ ତାହାର ଶେଷ ପରିଣାମ
          କେହି ନ କରିବେ ରକ୍ଷା  |(5)

ଧର୍ମକୁ ଏଠିରେ ଗଣ୍ଠିଲି ଭାବିକି
          ରଖିଥିବୁ ଯଦି ସାଇତି ,
ଜୀବନ ଯମୁନା ପାରିହେବୁ ତୁହି
          ପୁଣ୍ୟର ନଉକା ବାହିକି  |(6)

କବିତା ମାଧ୍ୟମେ ଛୋଟିଆ ପ୍ରୟାସ
           ଯିଏବା  ପଢିବ ଥରେ ,
ବାସ୍ତବକୁ ଧରି ମରୀଚିକା ଛାଡି
           ସଂସାରୁ ତରିବ ଭଲେ   |(7)

ଅଙ୍କିତ କୁମାର ସ୍ୱାଇଁ  , ଶାସନ୍ଦା, ବିଂଝାରପୁର 
                                             ଯାଜପୁର 

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...