Monday, August 16, 2021

■ ଏକତାର ପର୍ବ ■

ଉଡେ ଫର ଫର ପ୍ରତୀକ ପ୍ରୀତିର
       ପଣତରେ ପ୍ରେମ ଭରି
ଆଜିର ଏଦିନ ସୁଖେ ସମ୍ମୋହନ
     ଆମେରେ ନାଆ ନାଉରୀ
ପଞ୍ଚସ୍ତରି ତମ  ଅହିଂସାର ଶ୍ରମ
      ସ୍ୱାଧିନତା ସ୍ୱାଦ ବାରି
ହସୁଛି ଜନନୀ ସ୍ୱର୍ଣ୍ଣ ପ୍ରସବିନୀ
     ଗାନ୍ଧୀବାଦ ନୀତି ସ୍ମରି
ମାଟିଠୁ ଆକାଶ ଆଜାଦୀର ସ୍ୱର୍ଶ
       ତିକ୍ତତା ଶୂନ୍ଯ ଜୀବନ
ଭାଇଚାରା ଭାବ ଏକତାର ପର୍ବ
       ଭାରତ ଭୂମି ସନ୍ତାନ ......
               ଦାଶରଥି ସାହୁ
                      କଳମ୍ବ/ଗଞ୍ଜାମ

No comments:

Post a Comment

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...