Monday, August 16, 2021

🇮🇳 ମୋ' ଦେଶ ସ୍ବାଧୀନ 🇮🇳

🇮🇳 ମୋ' ଦେଶ ସ୍ବାଧୀନ 🇮🇳
                           ✍  ଦିଲ୍ଲୀପ୍ କୁମାର ନନ୍ଦୀ

ମୋ' ଦେଶ ସ୍ବାଧୀନ ଭାରି ହିନୀମାନ
ଖଟିଖିଆ ଏଠି ହେଉଛି
ଲୁଟିଖିଆ ଲୁଟି ପକେଟ ଟାଇଟ୍
ଭକତିର ଗୀତ ଗାଉଛି।୧।

ଚ଼ାଷି ବାପୁଡ଼ାଟି ଲଙ୍ଗଳଟା ଧରି
ନିଶି ଦିନ କ୍ଷେତେ ପଡ଼ିଛି
କି ବର୍ଷା କି ଖରା ଅବାକି କାକର
ରକତକୁ ପାଣି କରୁଛି।୨।

ମୁଣ୍ଡ ଗୁଞ୍ଜିବାକୁ ଛପରତ ନାହିଁ
ଚ଼ବର ଚ଼ବର ହେଉଛି
ଆବାସ ଯୋଜନା ଆକାଶେ ଉଡ଼ୁଛି
ଅଟ୍ଟାଳିକା ଶୋଭା ପାଉଛି।୩।

ଚୁବୁଲା ପାଣିରେ ଚ଼ବ ଚ଼ବ ହୋଇ
ଗୀତ ଗାଇ କ୍ଳାନ୍ତି ଭୁଲୁଛି
ବରଷକ ଯାକ ବାରମାସ ସାରା
ମାଟି ସାଙ୍ଗେ ମାଟି ହେଉଛି।୪।

ମୋ'ଦେଶ ସ୍ଵାଧୀନ ଭାରି ହିନୀମାନ
ଚ଼ଷାପୁଅ ଏଠି ହେଉଛି
ତା'ଶ୍ରମର ମୁଲ କିକରିବା ତୁଲ
କିଏ ଅବା ଏଠି ଦେଉଛି।୫।

🌹ଧର୍ମଶାଳା, ଯାଜପୁର🌹
ଦୂରଭାଷ:---୯୭୭୮୩୯୩୨୨୫

No comments:

Post a Comment

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...