Monday, August 9, 2021

ସମର୍ପଣ (topic - 103 ମୋ' ପରିବାର ) quote #quot

ମୋ' ପରିବାର  - 103 

ବାପା ମାଆ ଭାଇ ଭଉଣୀଙ୍କ ସାଥେ 
       ଜେଜେ ଆଉ ଜେଜି ମାଆ 
  ପରିବାର ଏଇ   ସମସ୍ତେ ଜାଣନ୍ତି 
          ନାହିଁ କିଛି କଥା ନୂଆଁ 
   ବିଶ୍ବ ଦରବାର  ଯୌଥ ପରିବାର 
          ଦେଶ ମଧ୍ୟ ପରିବାର 
   ସବୁଜିମା ଘେରା  ଜନ୍ମଭୂମି ଏଇ 
         ଉତ୍କଳ ମୋ' ପରିବାର 
             - ସନ୍ତୋଷ ପଟ୍ଟନାୟକ

ଏକ ଅର୍ଣ୍ଣି ବ୍ରତ ପାଳନ୍ତି ସର୍ବତ୍ର 
    ଭୁଲି ରାଗ ଅହଙ୍କାର 
ବାପା ବଡ଼ବାପା କାକା ସାନବାପା
    ସର୍ବେ ହୋଇ ଏକାକାର 
ଭାତୃ ଭାଵ ସାଥେ ଐକ୍ୟତାର ଭାଵ
    ବନ୍ଧା ସେନେହର ଡୋର 
ଆସୁ ଝାଡ଼ ଝଞ୍ଜା ତଥାପି ହସୁଛି 
      ଏଇ ମୋର ପରିବାର 
                -  ପ୍ରବୀର ମଲ୍ଲିକ 

କେଡ଼େ ମନୋହର ବୈକୁଣ୍ଠ ସମାନ 
       ଅଟଇ ମୋ ପରିବାର 
ସର୍ବଦା ଯେଉଁଠି ପରସ୍ପର ପ୍ରେମ 
          ରହିଥାଏ ନିରନ୍ତର 
ନିଜଠୁ ନିଜର ସଭିଏଁ ଏଠାରେ 
       ଗୋଟିଏ ପକ୍ଷୀର ପର 
ସ୍ନେହ ମମତାରେ ଆମେ ସବୁ ବନ୍ଧା 
        ନଥାଏ କାହାର ଡର 
                - ରାମ ଚନ୍ଦ୍ର ପ୍ରଧାନ

ଆତ୍ମିୟତା ଆଳେ ଶାସନ ଶୃଙ୍ଖଳେ
       ଏକତ୍ୱ ଭାବର ଡୋର
ମାଟି ବଇକୁଣ୍ଠ  ବନ୍ଧନ ଅତୁଟ
      ପ୍ରତିଭାଷା ପରିବାର
ପୁଙ୍ଖାନ-ପୁଙ୍ଖରେ  ନାହିଁ ଅନ୍ତରରେ
       ଆପଣା ପଣର ବାସ
ଲୋକ ଦେଖାଣିଆ ଭାବ ଦିଆନିଆ
       ବାସ୍ତବିକେ ଏକବିଂଶ
                  ‐ଦାଶରଥି ସାହୁ

ବାପା ମୋ ଅଟନ୍ତି    ପରମେଶ୍ବର
       ମାଆ ଦେବୀ ଠାକୁରାଣୀ
କାହ୍ନୁ ଜଗବନ୍ଧୁ    ଦୁଇ ଭାଇ ଆମେ
         ଭଉଣୀ ଶୁଭଦ୍ରା ରାଣୀ
ପାଞ୍ଚ ପ୍ରାଣୀଙ୍କର ଗୋଟାଏ ଯେ ମନ
         ନାହିଁ କିଛି ଭିନ୍ନା-ଭିନ୍ନ
ଦେଖିଲେ ଲାଗୁଛି  ପରିବାରକୁ ମୋ
        ସତେ ବୈକୁଣ୍ଠ ସମାନ
                 - ଜଗବନ୍ଧୁ ସାହୁ

ଛୋଟ ମୋର ଘର ଛୋଟ ପରିବାର
  ସରଗଠୁ ଲାଗେ ଆହୁରି ସୁନ୍ଦର
ସେଘରେ ଦେବୀପରି ମା'ଟେ ମୋହର
ଆମେ ଦୁହେଁ ଦୁଇ ଆଖି ନଜରେ ତାହାର
ପଣତେ ଘୋଡେଇ ଦିଏ ତା'ସ୍ନେହ ଆଦର
ମମତାର ସିଏ ଗୋଟେ ଛୋଟିଆ ସାଗର
ଏଇ ଆମ ଗୋଟେ ଛୋଟିଆ ସଂସାର
ଘରନୁହେଁ ଇଏ ଆମ ସ୍ନେହର ମନ୍ଦିର
ନ'ଲାଗୁ ନ'ଲାଗୁ ଏଠି କାହାରି ନଜର
           - ରବିନ୍ଦ୍ର ସାହୁ

ବିଶ୍ଵନିୟନ୍ତାଙ୍କ ବିଚିତ୍ର ସୃଷ୍ଟିରେ 
      ମାନବ ଜୀବନ ପାଇ 
ମାୟା ଜାଲ ଫାସେ ପଡି ମୁଁ ଯାଇଛି
     ସୁଖ ଖୋଜେ ସଦା ତହିଁ 
ପିତାମାତା ଭ୍ରାତା ଭଗ୍ନୀଙ୍କ ସହିତ 
      କରଇ ମୁହିଁ ନିବାସ 
ସରଗଠୁ ବଳି ପରିବାର ଏହି 
     ମିଳେ ଏଠି ସଦା ହସ 
                 - ଟୁକୁନା ସାହୁ

ମର୍ତ୍ତ୍ୟପୁରେ ଛୋଟ ସୁନ୍ଦର ଏ' ଘର
       ସତେ ବଇକୁଣ୍ଠ ପୁର 
ସ୍ବର୍ଗଠୁ ସୁନ୍ଦର ଅତି ମନୋହର
       ଦୁଃଖକୁ ନାହିଁ କାତର 
ସ୍ନେହ ଶରଧାରେ ପୁରି ଉଠେ ଘର
        ସଭିଏଁତ ଆପଣାର 
ଏକ ଫୁଲ ହାରେ ଗୁନ୍ଥା ପରିବାର
        ଆମ ଏ' ସମ୍ପର୍କ ଡୋର 
              - ରାଧା କୃଷ୍ଣ ବାୟକ

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...