ସ୍ଵାଭିମାନ - 125
ଉତ୍କଳେ ଜନ୍ମିତ କେତେ ବୀର ସୂତ
ଶ୍ରମେ ହୋଇ ବ୍ରତୀ ନିତି
ତୋଳି ଯାଇଛନ୍ତି ଅନେକ କିରତୀ
ଜୀବନ୍ତ ରହିଛି ସ୍ମୃତି ।
କୋଣାର୍କ ଧଉଳି ପୁରୀ ଲିଙ୍ଗରାଜେ
ପଥରରେ ଦେଇ ପ୍ରାଣ
ସ୍ଵାଭିମାନ ଥିଲା ଭୂଷଣ ସମାନ
ଓଡ଼ିଆ ଜାତିର ପଣ ।
- ଟୁକୁନା ସାହୁ
ଅଭିମାନି ନୁହଁ ସ୍ବାଭିମାନି ହୁଅ
ନଅ ରହୁ ଅହଂକାର ।
ଅତିରୁହେ ଇତି ନାଶ ହୁଏ ମତି
ଏ' ମାନସିକ ବିକାର ।
ଅଭିମାନ କରି ମଲା ଦୁର୍ଯ୍ଯଧନ
ଅଧର୍ମର ପରାଜୟ ।
ସ୍ବାଭିମାନି ହୋଇ ଲଢ଼ିଥିଲେ ଯୁଦ୍ଧ
ଧର୍ମରାଜ ଧର୍ମେ ଜୟ ।
- ରାଧା କୃଷ୍ଣ ବାୟକ
ଓଡ଼ିଶା ରାଇଜେ ଜନମ ମୋହର
ଉତ୍କଳ ମୋର ଜନନୀ
ଜଗନ୍ନାଥ ଏକା ପିତା ଯେ ଆମର
ଆମେ ଭାରି ସ୍ବଭିମାନୀ
ଅରକକ୍ଷେତ୍ରର କୋଣାର୍କ ମନ୍ଦିର
ଓଡିଆଙ୍କ ସ୍ବାଭିମାନ
ନିହଣ ମୁନରେ ପଥରକୁ କାଟି
ଆଙ୍କିଛନ୍ତି କୋଟି କାମ
- ଜଗବନ୍ଧୁ ସାହୁ
ତେଜି ଅଭିମାନ ହୁଅ ସ୍ବାଭିମାନ
ଗୁଣି ପୂର୍ବଜଙ୍କ କୀର୍ତ୍ତି
ବାଜି ବକ୍ସି ଆଉ ଧରମା ଚକରା
ଆମ ସ୍ବାଭିମାନ ନୀତି
ପଙ୍କିଳ ହେଲାଣି ଶାସନ ବ୍ୟବସ୍ଥା
ଅର୍ଥ ସର୍ବସ୍ବରେ ମତି
ଗଣତନ୍ତ୍ର ଏବେ ପ୍ରହସନ ଖାଲି
ବେଳହୁଁ ସୁଧାର ସ୍ଥିତି
- ସନ୍ତୋଷ ପଟ୍ଟନାୟକ
ସ୍ୱାଭିମାନ ପାଇଁ କରେ ଯେ' ଲଢ଼େଇ
ସ୍ୱାର୍ଥକୁ ଦେଇ ଆହୁତି
ସମାଜେ ଚାଲେ ସେ' ଗର୍ବେ ମଥା ଟେକି
ହୃଦେ ବହି ଜାତିପ୍ରୀତି
ତା' ପାଇଁ ସଭିଏଁ ସମ୍ମାନେ ବଞ୍ଚନ୍ତି
ଭୁଲି ସବୁ ଅବଶୋଷ
ବିଭୁ ପାଦ ତଳେ ପ୍ରଣତି ଜଣାନ୍ତି
ମାଗି ତା' ଲମ୍ବା ଆୟୁଷ
- ରାମ ଚନ୍ଦ୍ର ପ୍ରଧାନ
ସ୍ବା; ସ୍ବାଧିନ ମୋ'ରାଜ୍ଯ ସ୍ବାଦିଷ୍ଟ ମୋ'ଖାଦ୍ଯ
ସୁନ୍ଦର ବୋଲି ମୋ ଭାଷା
ଭି; ଭିଟାମାଟି ପାଇଁ ଗର୍ବ କରୁ ଆମେ
ମନେବାନ୍ଧି ଅଭିଳାଷା
ମା; ମାନ ସନମାନେ ଜୀଇଁ ଅଛୁ ଆମେ
ସ୍ବାଭିମାନ ଅଙ୍କ କଷି
ନ;ନଇଁ ନାହିଁ ମୁଣ୍ତ ରହିଛୁ ଅଖଣ୍ତ
ଆମେରେ ଓଡିଶାବାସୀ
- ରବିନ୍ଦ୍ର ସାହୁ
ଶବ୍ବ ସ୍ୱାଭିମାନ ଭିନ୍ନ ଏ ସୃଜନ
ସଂସାରେ ସଫଳ ସ୍ଥିତି
ହୃଦ ଥିଲେ ଭରି ଯୁଗ ଯୁଗ ଧରି
ମରତ ଭୂଇଁରେ ଖ୍ଯାତି
ଖିରି ଖେଚୁଡିର ନହେଉ ଆଧାର
ପୋଡା ରୁଟି ପଛେ ପ୍ରିୟ
ସ୍ୱାଭିମାନୀ ସଦା ଶାଶ୍ୱତରେ ବନ୍ଧା
ଜଡଠୁ ଚେତନା ଜୟ
- ଦାଶରଥି ସାହୁ
ସ୍ୱାଭିମାନ ଅଟେ ଅବିଚ୍ଛେଦ ଅଙ୍ଗ
ଈଶ୍ୱରୀୟ ଅବଦାନ
ମାନବକୁ ଦିଏ ବିଜୟ ମୁକୁଟ
ସୁସ୍ଥ ମତିସ୍କର ଜ୍ଞାନ ,
ସର୍ବାଙ୍ଗୀନ ଚିନ୍ତା , ମଙ୍ଗଳ ବାରତା
ଉନ୍ନତିର ସୂତ୍ରଧାର
ଇତିହସ ଏକା, ମୁକ ସାକ୍ଷୀ ହୁଏ
ଲେଖି ଦିଏ ସ୍ଵର୍ଣ୍ଣାକ୍ଷର
No comments:
Post a Comment