~: କଳିଯୁଗ ମଣିଷ :~
✍ ସନ୍ତୋଷ ପଟ୍ଟନାୟକ
~~~~~~~~~~~~~~~~~~
ବଞ୍ଚିବା ବଢିବା ପ୍ରୟାସ ଏ'କଳି
ମଣିଷ ହୁଅଇ ସ୍ବାର୍ଥରେ ଅନ୍ଧ
ଅର୍ଥକୁ ଅନର୍ଥ କରିବା ଏ'ଯୁଗ
ଅନେଶ୍ବତ ଭାବ ଏଠି କାମାନ୍ଧ ||
ମଦ ମାଂସ ହେଲା ମୁଖ୍ୟ ଖାଦ୍ୟ ଏଠି
ହିଂସାରେ ମିଳଇ ପରମାନନ୍ଦ
ବିଭିନ୍ନତା ଯେତେ ଏକାକାର ହେବେ
ଶେଷରେ ଉଜାଣି ଜୀବନ ବନ୍ଧ ||
ଶାସ୍ତ୍ର ଲେଖା ଏଠି ବିପର୍ଯ୍ୟସ୍ତ ଆଜି
ସର୍ବେ ସ୍ବଘୋଷିତ ବଡ଼ ପଣ୍ଡିତ
ଶାସକ ଏ'ଯୁଗେ ଶୋଷକ ଅଟନ୍ତି
ଶୁକରୀଟା ଯେହ୍ନେ ନର୍ଦ୍ଦମା ଯୁକ୍ତ ||
ଭାଇ ଅଟେ ଏଠି ଭାଇର ଭଗାରୀ
ସମ୍ପତ୍ତି ଭୋଗଟା ତା' ମୂଳଲକ୍ଷ୍ୟ
ପଡ଼ୋଶୀଙ୍କୁ ଲୋଡ଼ା ଦୁର୍ବଳତା ଟିକ
ନୀଚ୍ଚ କରେଇବେ ଦେଇକି ସାକ୍ଷ୍ଯ ||
ବିଶ୍ୱାସରେ ବିଷ ଭରେ ଏଠି ବନ୍ଧୁ
ପୁଅ ମାରେ ନିଜ ବୋପା-ମାଆକୁ
ଜନ୍ମଦାତ୍ରୀ ବିକେ ଜନମ ସନ୍ତାନ
ଘେନି ପେଟ ଚିନ୍ତା ବିବଶତାକୁ ||
ସମଗୋତ୍ରେ ପୁଣି ବିବାହ ବନ୍ଧନ
ନୁହେଁ ଏ' ଶାସ୍ତ୍ରୀୟ ଅନୁମୋଦିତ
ସମଲିଙ୍ଗି ସାଥି ଆଦରି ମଣିଷ
ସଂସ୍କୃତି ସଂସ୍କାର କରେ ବିନାଶ ||
ନାନା ଅପକର୍ମେ ଲିପ୍ତ କଳିଯୁଗ
ଭିତରେ କଳଙ୍କ ଉପରେ ଯଶ
ଭାବ ଭକ୍ତି ଏଠି ଲୋକ ଦେଖାଣିଆ
ହୃଦୟ ହୀନ ଏ'ଯୁଗ ମଣିଷ ||
--------------×-----------
ବେଗୁନିଆପଡା ବ୍ଳକ୍ ,ତିରିଡ଼ା ,ଗଞ୍ଜାମ ।
No comments:
Post a Comment