Saturday, October 10, 2020

🪔ସ୍ମୃତି ଦର୍ପଣ 🪔

 
ସ୍ମୁତି ତର୍ପଣ 
               ✍ଉପେନ୍ଦ୍ର କୁମାର ବସ୍ତିଆ 
*******************
ଗୋପବନ୍ଧୁ ତୁମେ ଚାଲି ଗଲ 
କାହିଁ ଚାଲି ଗଲ କାହିଁ ଚାଲିଗଲ 
ଦେଶବାସୀ ପ୍ରାଣେ ପ୍ରେରଣା ଜଗାଇ 
ପ୍ରତିଜନ ମନ କିଣିନେଲ 
ଦୁସ୍ଥ ମାନଙ୍କର ସେବା କରି ତୁମେ 
ଚିର ଅମର ରହିଗଲ 
ଗୋପ ବନ୍ଧୁ ତୁମେ "••••ll

ବକୁଳ ବନର କୁଞ୍ଜ ବନେ ବସି 
ଉତ୍କଳ କାହାଣୀ ଲେଖୁଥିଲ 
ମଣିଷ ଗଢ଼ା କାରଖାନା 
ଶିକ୍ଷାର ପ୍ରସାର କରୁଥିଲ 
ସତ୍ୟବାଦୀ ମାଟି ମନ ପ୍ରାଣ ଛୁଇଁ 
ଯୋଜନାରେ ସଦା ମଗ୍ନ ଥିଲ 
ଗୋପବନ୍ଧୁ ତୁମେ ••••

ବାତ୍ୟା ବନ୍ୟା, କ୍ଳିଷ୍ଟ ମାନବ କଷଣ 
ପ୍ରତିକାର ପାଇଁ କାନ୍ଦୁଥିଲ 
ବିପନ୍ନ ଜନଙ୍କ ଅଶ୍ରୁ ପୋଛି ଦେଇ 
ସ୍ନେହରେ କୋଳକୁ ନେଉ ଥିଲ 
ପଞ୍ଚ ଶାଖା ମେଳେ ପଞ୍ଚମ ତାନରେ 
କଳିଙ୍ଗର ରୂପ ଆଙ୍କୁଥିଲ
ଗୋପବନ୍ଧୁ ତୁମେ ••••ll

ଦୁର୍ଭିକ୍ଷ ପୀଡିତ ଉଦର ଅଣ୍ଡାଳି 
ଖାଦ୍ୟ ଓ ପାନୀୟ ଦେଉ ଥିଲ 
ନିଜ ସ୍ୱାର୍ଥ ତ୍ୟେଜି ଜଗତର ହିତେ 
କରମ ସାଧନ କରୁଥିଲ 
ମାନବ ବାଦୀ ହେ ଭାରତର ମଣି 
କୋଟି ଜନ ମନ କିଣି ନେଲ 
ଗୋପବନ୍ଧୁ ତୁମେ ••••ll

ଚନ୍ଦନ ବନର ଚମ୍ପକ ସୁବାସ 
ସମାଜର ସେବା ବରିନେଲ 
ଲକ୍ଷ ଲକ୍ଷ ପ୍ରିୟ ଓଡ଼ିଆ ବୁକୁରେ 
ଭାବ ଭାଷା ମଧୁ ଭରି ଦେଲ 
ପ୍ରତିଭା ତୁମର ପାଠକେ ପଢ଼ନ୍ତି
ଅଶ୍ରୁରେ ଭିଜାଇ ଚାଲିଗଲ 
ଗୋପବନ୍ଧୁ ତୁମ••••ll

ଭାରତ ମାତାର ଯୋଗ୍ୟତମ ସୂତ
ତୁମେ ସ୍ବର୍ଗୀୟ ସୁଷମା ଦାନ କଲ 
ମାନବ ଜାତିର ଆଦର୍ଶ ତୁମେ 
ଉତ୍କଳ କମଳା ମଣି ମାଳ 
ଆଉଥରେ ତୁମେ ଫେରି ଆସ 
ତୁମେ ସରଳ ଉଦାର ନୀରିମଳ 
ଗୋପବନ୍ଧୁ ତୁମେ ଚାଲି ଗଲ  ll

     9692341388

No comments:

Post a Comment

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...