#ଅଭୁଲା ଅତୀତ
ଅଭୁଲା ଅତୀତ ସାଜି କାଳସର୍ପ
କରଇ କ୍ଷତ ବିକ୍ଷତ
ବିତିଲା ବସନ୍ତ ବୟସ ବୀଣାରେ
ସାଜୁଛି ବେସୁରା ଗୀତ
ଶୟନେ ସପନେ ସଦା ଜାଗରଣେ
ଆଖିରେ ତା' ରୂପଛବି
ଚଲାବାଟେ ମୋର ଥିଲା ସାଥୀଟିଏ
ସୁଖ ଦୁଃଖରେ ବାନ୍ଧବୀ
ଦିନ ବିତେ ଭାବି ଭାବି
କେଉଁଠି କେଜାଣି ହଜେଇ ଦେଇଚି
ଭଲ ପାଇବାର ଚାବି
- ଦାଶରଥି ସାହୁ
ମନେ ପଡେ ଆଜି ଅଭୁଲା ଅତୀତ
ମନେ ପଡେ ପିଲାଦିନ
ମନେ ପଡେ ଆଜି ଗାଁ ଆମ୍ବତୋଟା
ନଈପଠା ଝାଉଁ ବଣ
ବେଶି ମନେ ପଡେ ପିଲାଦିନ ସାଥି
ଆମ ଗାଁ ଝିଅ ଜହ୍ନ
ବାଲିଘର କରି ବୋହୁ ସାଜୁଥିଲା
କିଣି ନେଉଥିଲା ମନ
ଆଜିବି ସାଇତା ମନ ସିନ୍ଦୁକରେ
ଯେତେ ସ୍ମୃତି ମୂଲ୍ୟବାନ
ଆଜିବି ଖୋଜୁଛି ଅଭୁଲା ଅତୀତ
ଅଫେରା ସେ ପାଦଚିହ୍ନ
- ପ୍ରବୀର ମଲ୍ଲିକ୍
ଅଭୁଲା ଅତୀତ କେବେ ଅବସାଦ
କେବେ ପୁଣି ଦିଏ ସ୍ବର୍ଣ୍ଣିମ ସୁଖଦ
କେବେ କନ୍ଦାଏ ଏ' ଅଭୁଲା ଅତୀତ
କେବ ପୁଣି ଦିଏ ଅମୃତର ସ୍ବାଦ
ମନେ ଭରି ସ୍ବାର୍ଥ ଭାବ
ମିଳିବକି ପୂଣ୍ୟ ନାବ !!
ଅତୀତ ସାଉଣ୍ଟି କିଛି ନାହିଁ ଲାଭ
ବେଳ ଥାଉ ଥାଉ ରାମ କଥା ଭାବ
- ସନ୍ତୋଷ ପଟ୍ଟନାୟକ
ଭୁଲି ହେଉନି ସେ ଅଭୁଲା ଅତୀତ
ଜୋଛନା ବିଧୌତ ରାତି
ମନେ ମୋ ପଡୁଛି ସ୍ମୃତି ତାଳବଣେ
ବାଣ୍ଟୁଥିଲ ତୁମେ ପ୍ରୀତି
ତୁମ ସେ ପ୍ରୀତିରେ ମତୁଆଲା ହୋଇ
ଧରୁଥିଲି ପ୍ରଜାପତି
ସେଥିପାଇଁ ଆଜି ଏ ମନ ଖୋଜୁଛି
ପ୍ରେମର ଅମରାବତୀ...
- ରାମ ଚନ୍ଦ୍ର ପ୍ରଧାନ
ସ୍ମୃତି ରୂପାଜହ୍ନ ଅଭୁଲା ଅତୀତ
ଚିର ଦିନରଏ' ସାଥି
କେବେ ହସ,ଲୁହ ମନେ ଭରିଦିଏ
ସ୍ମୃତି ଅଭୁଲା ଅତିଥି
ଅତୀତ ଘଟଣା ଅବା ଦୁର୍ଘଟଣା
ମନେ ଉଙ୍କିମାରେ ନିତି
ଅଦ୍ଭୁତ ପରାଏ ଅଭୁଲା ଅତୀତ
ସୁଖ ଦୁଃଖ ଭରା ପ୍ରୀତି
‐ରାଧା କୃଷ୍ଣ ବାୟକ
ଭାରି ଅସହାୟ ସାଜି ଆଖି ଲୁହ
ଛୁଇଁଛି ମୋହର ଓଠ
ଦୁନିଆଁ କହୁଛି ସମ୍ପୁର୍ଣ୍ଣ ଜୀବନ
ହୋଇଯାଇଛି ମୋ ନଷ୍ଟ
ଅତୀତର ସ୍ମୃତି ଜାଳି ମାରେ ନିତି
ପ୍ରୀତି କଲା ବାଟବଣା
ଯେତେ ଚେଷ୍ଟା କଲେ ସୁଧାରି ପାରୁନି
ନିଜକୁ ଲାଗୁଛି ଘୃଣା
- ଟୁକୁନା ସାହୁ
ଆଉ କି ଫେରିବ ବରଷାରେ ଭିଜା
ହଜିଲା ସେ ପିଲା ବେଳ
ସାଙ୍ଗ ସାଥି ସବୁ ଏକାଠି ଯେ ହୋଇ
ଖେଳୁଥିଲୁ କେତେ ଖେଳ
ସମୟ ସୁଅରେ ଆଜି ଆମେ ସବୁ
ଯାଇଛୁ ଅଲଗା ହୋଇ
କିଏବା ଜାଣିଛି ପୁଣି ଆମେ ସବୁ
ମିଶିବୁ ଏକାଠି ଯାଇ
- ଜଗବନ୍ଧୁ ସାହୁ
ଫେରିବକି ସେହି ଅଭୁଲା ଅତୀତ
ଗାଆଁ ସଖା ବାଲ୍ଯକାଳ
ଚୋରି କରୁଥିଲୁ ଯେବେ ଆମ୍ବ, ଜାମୁ
ପିଜୁଳି, ପଣସ, ତାଳ
ଫେରିବକି ସେହି ଝଡି ବରଷାରେ
କାଗଜ ତିଆରି ଡଙ୍ଗା
ଗାଆଁ ଦାଣ୍ତ ସେହି ଗୋଳିଆ ପାଣିଟା
ଲାଗୁଥିଲା ଯେବେ ଗଙ୍ଗା
ଜାଣିଛି ଏ ମନ ଅଫେରା ସେ ଦିନ
ତଥାପି ସେକଥା ଭାଳେ
ସମୟ ଯାନଟେ ଥାଆନ୍ତା କି ପାଖେ
ଯାଆନ୍ତା ଅତୀତ କାଳେ,,,,
‐ ରବିନ୍ଦ୍ର ସାହୁ
No comments:
Post a Comment