Saturday, October 17, 2020

ସମର୍ପଣ ( topic - 74 ଭଙ୍ଗା ହୃଦୟ ) quote #quot

#ଭଙ୍ଗା ହୃଦୟ   74
=========
ହୃଦୟକୁ ଭାଙ୍ଗି  କାହିଁ ଚାଲିଗଲୁ 
    ପ୍ରିୟାଲୋ ତୁ ବହୁ ଦୂରେ 
ତୋ ପ୍ରେମର ମିଠା  ଜହର ପିଆଇ 
    ଧୋକାଦେଲୁ ମୋ ସାଥିରେ 
ମୋ ଭଙ୍ଗା ହୃଦୟ  ତୋ ପାଇଁ କାନ୍ଦୁଛି 
       ଆଖିରୁ ଝରାଇ ଲୁହ
ତୋ ମିଛ ସମ୍ପର୍କ  କୁହୁଳା ନିଆଁରେ 
        ଜଳୁଛି ମୁଁ ଅହରହ... 
              - ରାମ ଚନ୍ଦ୍ର ପ୍ରଧାନ

ଭଙ୍ଗା ହୃଦୟଟା ବିଳାପ କରୁଚି 
  ଭଙ୍ଗା ମାଠିଆର ଭାଗ୍ୟକୁ ଧ୍ୟାଇ
ନରମ ପାଦଟା ଟଳମଳ ଆଜି 
  ରଙ୍ଗଶାଳା କକ୍ଷ ଆଦରି ନେଇ 
ଆତତାୟୀ ମନ ଗଣିକା ଗହଳେ 
  ପରଖେ କୁଚର ସୁଢଳ ଢଙ୍ଗ
ଦଗ୍ଧୀଭୂତ ହୃଦେ ପ୍ରଲେପ ଦେଉଚି
 ନୂତନ ଆଶାର ଜୀବନ ମଙ୍ଗ
      -  ସନ୍ତୋଷ ପଟ୍ଟନାୟକ

ଫୁଲଠୁ କୋମଳ ଜଳଠୁ ତରଳ
    ଏଇ ମଣିଷ ହୃଦୟ 
ଭାଙ୍ଗି ଗଲେ ଚୁନା ଯୋଡିତ ହୁଏନା 
    କ୍ଷତ ସେ ଅପୁରଣୀୟ
ଭଙ୍ଗା ହୃଦୟର ଆକୁଳ ଚିତ୍କାର
    ଆଦେଖା ସେହି ଦହନ
ଜୀଇଁବାକୁ ହୁଏ ଭଙ୍ଗା ହୃଦ ନେଇ 
    ବିତୃଷ୍ଣା ଭରା ଜୀବନ 
               - ପ୍ରବୀର ମଲ୍ଲିକ୍

ଭଙ୍ଗା ହୃଦୟର  ଦରଦୀ କାହାଣୀ
          ତୁମେ କି ବୁଝିବ ପ୍ରିୟା
ନିଜ ସ୍ବାର୍ଥ ପାଇଁ  ହୃଦୟ ମୋ ଭାଙ୍ଗି
        ଲଗାଇଲ ମନେ ନିଆଁ
ମନେ ପଡିଗଲେ  ପଛ ଦିନ କଥା
        ଭିଜି ଯାଏ ଦୁଇ ଆଖି
ଏ ଭଙ୍ଗା ହୃଦୟେ   ତଥାପି ରଖିଛି
         ସାଇତି ତୁମରି ସ୍ମୃତି
                - ଜଗବନ୍ଧୁ ସାହୁ 

ଭାଙ୍ଗିଲେ ହୃଦୟ ହୁଏ ନାହିଁ ଶବ୍ଦ 
     ଯନ୍ତ୍ରଣା ଦିଏ ଅଶେଷ 
ସମସ୍ତ ସପନ ହୁଏ ନାରଖାର 
      ଭାଙ୍ଗି ଯାଏ ଖୁସି ବାସ
ତିକ୍ତ ହୋଇଯାଏ ମଧୁର ସମ୍ପର୍କ 
     ଜୀବନ ହୁଅଇ ନାଶ 
ତଥାପି ହୃଦୟେ ସାହସ ବାନ୍ଧିଲେ 
      ମିଳେ ନାହିଁ ତିଳେ କ୍ଲେଶ 
             - ଟୁକୁନା ସାହୁ

ଭକୁଆ ବନେଇ ଚାଲିଗଲୁ ପ୍ରୀୟା
     ଭଲ ପାଉ ବୋଲି କହି 
ଭରିଦେଲୁ୍ ବିଷ କିବା ମୋର ଦୋଷ
        ଭଳିଆ ହୋଇଲି ମୁହିଁ 
ଭଦ୍ର ଏ' ସମାଜେ ଅଭଦ୍ର କରିଲୁ
     ଭକ୍ତି ପ୍ରେମ ଏ' ନୁହଁଇ 
ଭଙ୍ଗା ହୃଦୟକୁ ଭାଙ୍ଗି ଚାଲିଗଲୁ
       ଭରଷା କରିଲୁ ନାହିଁ 
               ‐ ରାଧା କୃଷ୍ଣ ବାୟକ

ଚେହେରା ଦେଖିକି ଭଲ ପାଇଥିଲେ
    ଚିରି ହୋଇଯାଏ ହୃଦୟ
ମନ ଚିହ୍ନି ଯଦି ଦେଇଥିବୁ ମନ
      ଓଠ ଛୁଇଁବନି ଲୁହ
ଲୁହ ଝରିଗଲେ ଆଖି ଆଢୁଆଳୁ
      ସାତପର ସୁଖ ସମୟ
ତାତ୍ସଲ୍ଯ କରିବ ବର୍ତ୍ତମାନ ତୋତେ
        କହିବ ଭଙ୍ଗା ହୃଦୟ
             - ଦାଶରଥି ସାହୁ

ପଶ୍ଚିମ ଆକାଶେ  ଅସ୍ତ ହୁଏ ସିନା
     ହୁଏନା ସୁରୁଜ କେବେ ଉଦୟ
ଭଙ୍ଗା କାଚ ଯେହ୍ନେ ଯୋଡି ହୁଏ ନାହିଁ
    ଯୋଡିବି ହୁଏନା ଭଙ୍ଗା ହୄଦୟ
 ତେଣୁ ଶବ୍ଦ ବାଣେ ଭାଙ୍ଗନି ହୃଦୟ
   କଟୁ କଥା କହି କେବେ କାହାକୁ
 ସର୍ବଦା ସଭିଏଁ  ମିଷ୍ଟଭାଷା  କହି
     ମଲମ ଲିପହେ ମନ ଘାଆକୁ
                    - ରବିନ୍ଦ୍ର ସାହୁ  

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...