Saturday, October 17, 2020

ସମର୍ପଣ ( topic - 75 ଘରଚଟିଆ ) quote #quot

ଘର ଚଟିଆ     75
**********
ବିଲୁପ୍ତ ପ୍ରାୟ ଏହି ଘର ଚଟେଇ
         ବିରଳ ଛପର ଘର ।
ବିକଳ ହେଲେଣି ଯେତକ ଜୀବିତ
       ବୁଡ଼ିବ ସଂସାର ତାର ।
ବଡ଼ ଅଟ୍ଟାଳିକା ମଣିଷ ତୋଳିଛି
       ବଢ଼ିଲାଣି ପକ୍କାଘର ।
ବଡ଼ପଣ ନାହିଁ ହୃଦୟରେ ଦୟା
    ବୋହିଯାଏ ଆଖି ନୀର ।
                  ‐ରାଧା କୃଷ୍ଣ ବାୟକ

ଭାଙ୍ଗି ଗଲାଣି  ବସା ତାଙ୍କର
      ତୁଟି ଗଲାଣି  ଆଶା
ଦିନକୁ ଦିନ  ସଭ୍ୟ ସମାଜ
       ଆପଣେ ପ୍ରତିହିଂସା 
କିଚିରି ମିଚିରି ଶବଦ  ତାଙ୍କ
      ଆଉ ଯମା ଶୁଭୁନି
ଚାଳ ଛପର ବସା ଘର ପରା
      ଗାଁରେ ଆଉ ଦିଶୁନି
               - ଜଗବନ୍ଧୁ ସାହୁ 

ସୂର୍ଯ୍ୟ ପବନ ପାଣି ମାଟି ଭଳି 
ଜୀବ ବି ଆମ ଜୀବନ ଅସ୍ଥିତ୍ବ 
ନିରୀହ ପକ୍ଷୀଟେ ଘରଚଟିଆ
ପ୍ରଦୂଷଣ ଘାତେ ହୁଏ ବିଲୁପ୍ତ 
କିଚିରି ମିଚିରି ରାବଟି ତାହାର
ସଦା ଥାଏ ସିଏ କର୍ମ ତତ୍ପର
ଲୋକ ବିଶ୍ୱାସରେ ଘଟ ସୁତ୍ରିସିଏ 
କାଠିକୁଟା ନେଇ ଘର ତାହାର 
            - ସନ୍ତୋଷ ପଟ୍ଟନାୟକ

ଚାଟଶାଳୀ ପଢ଼ି  ଆମ କୁନା ଆଉ        
  ଘର ଚଟିଆର ଗୀତ ଗାଉନି 
ନଡ଼ା ଛପରର  ଭଙ୍ଗା ଚାଳିଆରୁ 
   କିଚିରି ମିଚିରି ରାବ ଶୁଭୁନି
କଳୁଷିତ ଏଇ  ଆମ ପରିବେଶେ 
  ଘର ଚଟିଆ ତ ଦେଖା ଯାଉନି 
ଯନ୍ତ୍ରୀଟିଏ ଭଳି  କାଠିକୁଟା ନେଇ 
   ସିଏ ଆଉ ଏବେ ଘର କରୁନି... 
                - ରାମ ଚନ୍ଦ୍ର ପ୍ରଧାନ

ପରିବର୍ତ୍ତନ ଏ ସମୟ ସହିତ 
ଭାଙ୍ଗିଯାଇଛି ମଣିଷ ଆଶା
ଟିକି ଚଢ଼େଇ ର ସର୍ବସ୍ଵ ହଜିଛି 
ଦେଖା ମିଳୁନି ତାହାର ବସା 
କୁହନ୍ତି ସଭିଏଁ ଆମରି ଗାଆଁରେ 
ଲକ୍ଷ୍ମୀଙ୍କ ବାହନ ଅଟେ ପକ୍ଷୀ
ଯତନେ ସାଇତି ରଖିଲେ ତାହାକୁ 
ହୁଏ ସେ ପରା ଆମର ସଖୀ 
               - ଟୁକୁନା ସାହୁ

ସ୍ୱାର୍ଥେ ହୋଇ ଅନ୍ଧ ତୁଟାଉ ସମ୍ବନ୍ଧ
    ଜଡଠୁ ଚେତନା ଜନ
ହେଲାଣି ବିଲୁପ୍ତ ଚଟିଆ ଚରିତ୍ର
      ବେଳୁ ନୋହୁ ସାବଧାନ
ଚାଳରେ ଚଟିଆ ଶବଦର ଛୁଆଁ
      ନିଛକ ସାତ ସପନ
ଅଧୁନାର ଆଳେ ମରତେ ମଉଳେ
      ବିଗତେ ଯାହା ଅକ୍ଷୁର୍ଣ୍ଣ
                - ଦାଶରଥି ସାହୁ

ଅଝଟ ଲଗେଇ କାନ୍ଦୁଥିଲେ ଯେବେ
     ମାଆ କୋଳେ କୁନା କୁନି
 ଘର ଚଟିଆକୁ  ଦେଖି ଚାଳ କଣେ
      ପଡୁଥିଲେ ସେବେ ତୁନି
ଆଉ ଏବେ ନାହିଁ  ସେହି ଚାଳ ଘର
       ପକ୍ଷୀ ପ୍ରତି ସେହି ଭାବ
କେମିତି ଶୁଣିବା   କିଚିରି ମିଚିରି
       ଘର ଚଟିଆର ରାବ
                  - ରବିନ୍ଦ୍ର ସାହୁ

ସମୟ ସୁଅରେ   ହଜିତ ଯାଇଛି
          ସବୁ ସେ ପୁରୁଣା ଦିନ
କିଚିରି ମିଚିରି     ଶବଦଟି ଏବେ
         ହେଇଛି ସାତ ସପନ 
ପ୍ରଳୟ ସୁଅରେ  ଉଜାଡି ଯେ'ଗଲା
           ଘର ଚଟିଆଙ୍କ ବସା
ଲୁପ୍ତ ଏବେ ପ୍ରାୟ  ସେ' ଘରଚଟିଆ
       ନାହିଁ ଆଉ ତାଙ୍କ ଦେଖା
               - ପ୍ରବୀର ମଲ୍ଲିକ୍ 

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...