ବ୍ରତ ଏ ହବିଷ ଆତ୍ମା ଯେ ସନ୍ତୋଷ
ମାହାତ୍ମ୍ଯ କାର୍ତ୍ତିକେ କିର୍ତ୍ତି
ନିର୍ବିଘ୍ନେ ଆଶ୍ରିତ ଅପସରେ କ୍ଷତ
ସୁଖ ପଥେ ହୁଏ ଯାତ୍ରି
କିଞ୍ଚିତାଏ ଜନେ କାୟ ବାକ୍ଯ ମନେ
ହୃଦୟରୁ ହବିଷ୍ଯାଳି
ବାକି ଦେଖାଣିଆ ଅଦିନ କୁଣିଆ
କପଟେ କୋକିଶିଆଳି
- ଦାଶରଥି ସାହୁ
ଶୁଣ ସୁଜନେ ହବିଷ ବିଧି
ବୈଶାଖ ,ମାଘ, କାର୍ତ୍ତିକ ନିଧି
ଉତ୍କଳୀୟଙ୍କ ସଂସ୍କୃତି ଚାବି
ବ୍ରହ୍ମଚର୍ଯ୍ୟ ରକ୍ଷା ଭକ୍ତିର ଛବି
ସାର୍ତ୍ତ୍ବିକବସ୍ତୁର ଭୋଜନ ବିଧି
କୁଶାସନେ ବସା ଭୋଜନ ଶୁଦ୍ଧି
ମୁଗଡାଲି ସାଥେ କଦଳୀ ଓଉ
ଅଫୁଟା ତିଅଣେ ବଢଇ ଭାଉ
- ସନ୍ତୋଷ ପଟ୍ଟନାୟକ
ପୁଣ୍ୟ କାର୍ତ୍ତିକର ଏ ହବିଷ ବ୍ରତ
ଜୀବନରେ ଶାନ୍ତି ଆଣେ
ସାତ୍ବିକ ଆହାରେ ହବିଷ୍ୟାଳି ମନ
କାର୍ତ୍ତିକ ପୁରାଣ ଶୁଣେ
ପରମ୍ପରା ଭରା ଉତ୍କଳ ସଂସ୍କୃତି
ବିଶ୍ୱେ ସଦଭାବ ବୁଣେ
ହବିଷର ବିଧି ପାଳି ହବିଷ୍ୟାଳି
ଆନନ୍ଦରେ ଦିନ ଗଣେ
- ରାମ ଚନ୍ଦ୍ର ପ୍ରଧାନ
ବୟସର ଅପରାହ୍ନ
ଦୁଃଖ ଯାଏ ବଳି
ରୋଗ ଗ୍ରସ୍ତ ଶରୀରରୁ
ଲୁହ ଯାଏ ଢଳି
ମୁକ୍ତି ପାଇଁ ପ୍ରାଣ ପକ୍ଷୀ
ହୁଅଇ ଆତୁର
ହବିଷ କରଇ ଦେଖ
ଚିତ୍ତ କରି ସ୍ଥିର
- ଟୁକୁନା ସାହୁ
କାର୍ତ୍ତିକେ ହବିଷ ନ'ଖାଅ ଆମିଷ
ବ୍ରାହ୍ମ ମୂହୁର୍ତ୍ତରୁ ସ୍ନାନ
ପିଆଜ,ରସୁଣ ଅଫୁଟା ତିଅଣ
କର ସାର୍ତ୍ତ୍ବିକ ଭୋଜନ
ମାସଙ୍କ ମଧ୍ଯରେ ଅଟେ ପୁଣ୍ଯ ମାସ
ଭଜୁଥାଅ ହରିନାମ
ସେ'ନାମ ଜପିଲେ ଏ'ଭବ ସାଗରୁ
ଉଦ୍ଧାରିବୁ ବାଇମନ
‐ ରାଧା କୃଷ୍ଣ ବାୟକ
ଆଶିଣ କାର୍ତ୍ତିକ ମାଘ ଓ ବୈଶାଖ
ଅଟଇ ହବିଷ ମାସ
ଚାରି ମାସେ ଧର୍ମ କର ହେ ଅର୍ଜନ
ମିଳିବ ପ୍ରଭୁ ଆଶିଷ
ତାଙ୍କରି ଆଶିଷେ ତୁମ ଜୀବନରୁ
ହଟିବ ଦୁଃଖ କସଣ
ଶେଷ ସମୟରେ ସ୍ବଂୟମ୍ ଲକ୍ଷ୍ମୀକାନ୍ତ
କରିବେ ମାର୍ଗ ଦର୍ଶନ
- ଜଗବନ୍ଧୁ ସାହୁ
ହବିଷ ନାମରେ ଏକଅନ୍ନୀ ବ୍ରତ
ନିରାମିଷ ଭୋଜ ଖାଇ
କାର୍ତ୍ତିକ ମାହାତ୍ମ୍ୟ ବ୍ରହ୍ମଚର୍ଯ୍ୟ ବ୍ରତ
ବିଧବା ବୃଦ୍ଧା ପାଳଇ
ସଂଯମ ଆଚରି ମନେ ଭକ୍ତି ଭରି
ହବିଷ ବ୍ରତେ ଯେ ବ୍ରତୀ
ପୁରାଣେ ବର୍ଣ୍ଣିତ ସମ୍ପୂର୍ଣ୍ଣିଲେ ବ୍ରତ
ହୁଏ ବଇକୁଣ୍ଠ ପ୍ରାପ୍ତି
- ପ୍ରବୀର ମଲ୍ଲିକ୍
ମାସରେ କାର୍ତ୍ତିକ ପୂଣ୍ଯର ପ୍ରତୀକ
ତହିଁରେ ହବିଷ ବ୍ରତ
ନର ହେଉ ନାରୀ ବିଭୁଙ୍କୁ ସୁମରି
ରୁହନ୍ତି ଏଥିରେ ରତ
ଶାଗ,ଓଉ,ସାରୁ ମୂଳା,ଦେଶିଆଳୁ
ଅରୁଆ ହବିଷ ଅର୍ଣ୍ଣ
ରାଈ ଦାମୋଦରେ ମଙ୍ଗଳ ମନାସି
ଅରଜନ୍ତି କେତେ ପୁଣ୍ୟ
- ରବିନ୍ଦ୍ର ସାହୁ
No comments:
Post a Comment