Friday, December 18, 2020

■ ମନର ମୂଳେ ଏ'ଜଗତ ■

"ମନର ମୂଳେ ଏ ଜଗତ"

ଆମେ ଅର୍ଥାତ୍ ମଣିଷ ମାନେ ସାମାଜିକ ପ୍ରାଣୀ।  ସମାଜ ଭିତରର ନୀତି ନିୟମ ସବୁ ଆମେ ତିଆରି କରୁ ଯାହାକି ସମାଜରେ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ହିଁ ଲକ୍ଷ୍ୟ ହୋଇଥାଏ । ଏଥିପାଇଁ ଆମ ମନର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରତ୍ୟେକ କଥାର ବା କାମର ନକରାତ୍ମକ ବା ସକରାତ୍ମକ ଚିନ୍ତାଧାରା ଥାଏ । ଯଦି ମନ ସବୁବେଳେ ସକରାତ୍ମକ ଚିନ୍ତାଧାରାରେ ରହେ ତାହେଲେ ଜଗତର ମଙ୍ଗଳ ସୁନିଶ୍ଚିତ। 

          ଏହି ଧାରାରେ "ମନ" ମୁଖ୍ୟ ଭୁମିକା ନିର୍ବାହ କରେ । ପୌରାଣିକ କାହାଣୀ ହେଉ କି ଐତିହାସିକ କାହାଣୀ ଅବା ସାମାଜିକ କାହାଣୀ ସବୁଠି ମନର ଉପସ୍ଥିତି ରହିଛି।  ସମ୍ରାଟ ଅଶୋକ ମନ ପରିବର୍ତ୍ତନ ତଥା ସକାରାତ୍ମକ ଧାରାରେ ଧର୍ମାଶୋକ ରୂପେ ପ୍ରତିଷ୍ଠା ପାଇଛନ୍ତି । ଦୁର୍ଯ୍ଯୋଧନ ଓ ଶକୁନିର ନକରାତ୍ମକ ଧାରା ପାଇଁ ଆଜି  ସମାଜ ସେମାନଙ୍କୁ ଖଳନାୟକ ବୋଲି କହୁଛି । ଏଭଳି ଅନେକ କାହାଣୀ ଆମକୁ ଅନେକ ଶିକ୍ଷାଦିଏ କିନ୍ତୁ ମନ ଯେଉଁଭଳି ଗ୍ରହଣ କରିବ ବା ପାଳନ କରିବ ସେହି ହିସାବରେ ସମାଜ ଉପକୃତ ହେବ । 

           ମନ ହିଁ ଜୀବନର ଲକ୍ଷ୍ୟ ସ୍ଥଳ ନିର୍ଣ୍ଣୟ କରିବାରେ ସର୍ବୋତ୍ତମ ଭୂମିକା ଗ୍ରହଣ କରିଥାଏ । ମନ ସ୍ଥିର କରି ବୈଜ୍ଞାନିକ ତାର ସଫଳତା ହାସଲ କରେ ଏବଂ ସନ୍ୟାସୀ ମୋକ୍ଷ ଲାଭ କରେ । ଏଣୁ ମନର ମୂଳେ ହିଁ  ଏଜଗତ ତିଷ୍ଠିଛି।  

   ✍ ଜିନି ପଟ୍ଟନାୟକ, ଗଞ୍ଜାମ

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...