1) ବିଲ୍ବ; ବେଲ (ଗଛ ଓ ଫଳ)— The Bael (fruit and tree); Aegle Marmelos.
[ଦ୍ର— ପୁରାଣରେ ଅଛି ଯେ ଲକ୍ଷ୍ମୀ ବିଷ୍ଣୁଙ୍କ ପରାମର୍ଶରେ ଜାଗର ଯାତ୍ର ବା ଶିବଚର୍ତୁଦ୍ଦଶୀ ଦିନ ଏକପଦ୍ମ (ସଂଖ୍ୟା) ଫୁଲ ଦ୍ବାରା ଶିବଙ୍କ ପୂଜା କରିବାକୁ ବସିଲେ। ମହାଦେବ ଲକ୍ଷ୍ମୀଙ୍କ ଭକ୍ତି ପରୀକ୍ଷା କରିବାକୁ ସେଥିରୁ ଦୁଇଟି ଫୁଲ ହରଣକରି ନେଲେ। ଲକ୍ଷ୍ମୀ ପୂଜାରେ ବସି ଦେଖିଲାବେଳକୁ ଦୁଇଟି ଫୁଲ ନିଅଣ୍ଟ ଅଛି। ଏକପଦ୍ମ ଫୁଲରେ ପୂଜା ନକଲେ ସଂକଳ୍ପରେ ବାଧା ପଡ଼ିବ ଓ ପୂଜା ଖଣ୍ଡିତ ହେବ ବୋଲି ଲକ୍ଷ୍ମୀ ଆପଣାର ସ୍ତନ ଯୋଡ଼ିକ କାଟି ଏକପଦ୍ମ ଭରଣା କଲେ। ଏହା ଦେଖି ମହାଦେବ ଆବିର୍ଭୁତ ହୋଇ ସନ୍ତୋଷରେ ନିଜେ ଫୁଲ ଦୁଇଟି ନେଇ ଯାଇଥିବା କଥା ମାନିଲେ ଏହଂ ଲକ୍ଷ୍ମୀଙ୍କୁ ବର ଦେଲେ; ମୋ ବର ପ୍ରଭାବରୁ ତୁମ୍ଭେ ସ୍ତନ ଦୁଇଟି ତୁମ୍ଭେ ପ୍ରାପ୍ତ ହୁଅ ଏବଂ ଛେଦିତ ସ୍ତନ ମୂର୍ତ୍ତିମତୀ ଭକ୍ତିରୂପରେ ଶ୍ରୀଫଳ ନାମରେ ଅଭିହିତ ହେଉ ଏବଂ ବେଲର ପତ୍ର ମୋର ପ୍ରିୟତମ ପୂଜାସାମଗ୍ରୀ ହେଉ।]
ଏହି ରୂପେ ଅନ୍ୟ ଚାରି ପ୍ରକାର ଫଳକୁ ମଧ୍ୟ ଶ୍ରୀଫଳ କୁହାଯାଏ 👇
2) ରାଜାଦନୀ; କ୍ଷୀରକୋଳି —
( Mimusops Hexandra (tree)
3) ଅଅଁଳା —( Embelic Myrobalan (a berry)
4) କଞ୍ଚା ଗୁଆ— (Row betel nut fruit )
5) ନଡ଼ିଆ— 5. Cocoanut
(ସଂଗୃହୀତ ତଥ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏବଂ ଗରୁଡ଼ପୁରାଣ)
ସଂଗ୍ରାହକ: ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ ।
No comments:
Post a Comment