Tuesday, April 20, 2021

କୋରନା .....

କଳନା ବାହାରେ ଏ ଭବ୍ଯ ସଂସାରେ
        ଲୋମ ଟାଙ୍କୁରିବା ଦୃଶ୍ଯ
ଦୋହଲିବ ଦମ୍ଭ ଆଶା ନଭଶ୍ଚୁମ୍ଭ
        ଦେଖି ନିଅ ଏକବିଂଶ
ରୋଗ  ସଂକ୍ରମଣ ମୃତ୍ଯୁର ଭିଆଣ
         ଖଳ ପାଇଁ ଇଏ ଖେଦ
ଏ ବାସ୍ତବ ଗୀର ମହାଭାରତର
        ବାକି ଥିବା ଓଳି ଯୁଦ୍ଧ
ନାହିଁରେ ନିସ୍ତାର ତୁଚ୍ଛା ପାରବାର
      ସ୍ଥିତି ନାହିଁ ଥମିବାର
କଳିରେ କରୋନା ଧ୍ୱଂସର ଯୋଜନା
       ପଞ୍ଚସଖାଙ୍କ ବିଚାର
                ଦାଶରଥି ସାହୁ
                      କଳମ୍ବ/ଗଞ୍ଜାମ

No comments:

Post a Comment

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...