Tuesday, April 20, 2021

¤ ପ୍ରକୃତ ମରଣ ¤

ॐ  ପ୍ରକୃତ ମରଣ ॐ
                      ✍ଉପେନ୍ଦ୍ର କୁମାର ବସ୍ତିଆ ।
       ----------------------------------
ଗୀତା ,ଭାଗବତ ନୀତି 
    ନକଲେ ପଠନ 
ସାଧୁ ସନ୍ଥ ସେବା କାର୍ଯ୍ୟରେ 
    ନ ଦେଲେଟି ମନ 
ନ କରିଲେ ଦିବାନିଶି 
   ଈଶ୍ୱର ସ୍ମରଣ 
ତାକୁହିଁ କୁହାଯିବ
     ପ୍ରକୃତ ମରଣ ।୧ । 

ସତକାର୍ଯ୍ୟେ ଯଦି  ନରହିଲା 
   ମନ ସଦା ବେଳେ 
ଉଦାର ହୃଦୟ ହେବାରେ 
    ମନଟି ନ ଦେଲେ 
ନ କରିଲେ ଦାନ ଧର୍ମ 
   ନୀତି କରି ପଣ 
ତାକୁହିଁ    କୁହାଯିବ 
      ପ୍ରକୃତ ମରଣ ।୨। 

ଖାଇପିଇ ମଉଜରେ 
   ସମୟ କାଟିଲେ 
ମୂଲ୍ୟବାନ ସମୟକୁ 
   ବୃଥାରେ ସାରିଲେ
ନାମ ଯଶ ଛାଡ଼ିଦେଇ
  ଧରି ମୂଢ ପଣ 
ତାକୁହିଁ   କୁହାଯିବ
     ପ୍ରକୃତ ମରଣ ।୩।

ତାସ ଶକଟା  ଖେଳି 
  ମାରିଲେ ଜୁଆରେ 
ପାନବିଡି ସିଗାରେଟ 
  ମଦ ପିଇବାରେ 
ପରାନିନ୍ଦା ଜପ କରି 
  ସାରିଲେଲେ ଜୀବନ 
ତାହାକୁ ହିଁ କୁହାଯିବ 
      ପ୍ରକୃତ ମରଣ ।୪।

ଆଗରେ ନକହି ପଛେ 
  ଗାଳିମନ୍ଦ କଲେ 
ଇର୍ଷା ଦ୍ଵେଷ ମିଥ୍ୟାବାଦ 
  ପେଷା ହୋଇଗଲେ 
ଅହଙ୍କାରୀ  ପ୍ରବଞ୍ଚକ 
  ହେଲେ ଭଣ୍ଡ ପଣ 
ତାହାକୁ ହିଁ କୁହାଯିବ 
      ପ୍ରକୃତ ମରଣ ।୫।

ଅନ୍ୟାୟ ମାର୍ଗରେ ଧନ 
   କରିଲେ ଅର୍ଜନ 
ପରର କ୍ଷତି ସାଧି 
  ହେଲେ ଦୁଷ୍ଟ ମନ 
ପର ନାରୀର ସତୀତ୍ୱ 
  କରିଲେ ହରଣ 
ତାହାକୁ ହିଁ କୁହାଯିବ 
     ପ୍ରକୃତ ମରଣ ।୬।

ଇନ୍ଦ୍ରିୟ ଅସଂଯମେ 
  ଜୀବନ ଧରିଲେ 
କାମବାଣେ ବଳବୀର୍ଯ୍ୟ 
  ବିନିଷ୍ଟ କରିଲେ 
କାମ ଦୃଷ୍ଟିରେ ପର 
  ନାରୀ ଦରଶନ 
ତାହାକୁ ହିଁ କୁହାଯିବ 
      ପ୍ରକୃତ ମରଣ ।୭।

ସବୁବେଳେ ସମଦୃଷ୍ଟି 
  ନ ରଖିଲେ ଜାଣ 
ଆତ୍ମଦୃଷ୍ଟି ଆତ୍ମଜ୍ଞାନ 
  ନ ହୋଇଲେ ଟାଣ 
ବାରମ୍ବାର ଭୁଲିଗଲେ 
  କର୍ତ୍ତ୍ୟବ୍ୟ ପରାୟଣ 
ତାହାକୁ ହିଁ କୁହାଯିବ 
     ପ୍ରକୃତ ମରଣ ।୮।

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...