Monday, June 14, 2021

● ରଜ ମଉଜ ●

   #ରଜ_ମଉଜ
ଆଗଭଳି ଆଉ ନାହିଁ ମଉଜ
ହାତଗଣା ଏବେ ପାନ-ବରଜ
ପାନ ବିନା ଫିକା ଲାଗେ ଏ'ରଜ 
ଗାଆଁଟା ହେଇଛି ସହରୀ ସଜ  ||

ପୋଡ଼ପିଠା ଏବେ ଖାଇବା ଲାଜ
ଆଧୁନିକତାର ପଡ଼ିଛି ବୀଜ
କୁଆଁରୀଙ୍କ ନାହିଁ ଅଳତା ସଜ
ପାଶ୍ଚାତ୍ୟ ଦୋଳିରେ ହସୁଚି ରଜ ||

ମଣିଷ ହାତରେ ମଲାଣି ଗଜ
ଆତ୍ମିୟତାଟିର ପଡ଼ିଛି ଖୋଜ
ଅନୀତିରେ ଭରା ମଣିଷ ଭୁଜ
ସଂସ୍କୃତି ପୁରେ ଅସଂସ୍କୃତି ଶେଜ ||

ସ୍ବର୍ଣ୍ଣିମ ସଂସ୍କୃତି ଉତ୍କଳ ଶୌର୍ଯ୍ୟ
ଜୀଇଁଛି ଜୀଇଁବା ଅପରିହାର୍ଯ୍ୟ
ଉତ୍କଳ ସଂସ୍କୃତି ନହେଉ ଉଜ
ଏଥକୁ ସହାୟ  ହେ'ଚତୁର୍ଭୁଜ  ||
          ---×--
✍  ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ ।


No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...