Thursday, July 29, 2021

● ଚୋରା ପ୍ରୀତି ●

🌹  ଚୋରା ପ୍ରୀତି  🌹
    - - - - - - - - - - - - 
ଯାଇଥିଲି ବୁଲି ଭଉଣୀ ଘରକୁ 
     କଟକରୁ ବାଲେଶ୍ବର
ଲକଡାଉନ୍ ମୋ ଲକ୍ ଖୋଲିଦେଲା
     ମନ ମୋ ଧରୁନି ଘର 
ଭାରି ନଖରୀ ମୋ ଭଉଣୀ ନଣନ୍ଦ 
     ନାଆଁ ଟି ତାହାର 'ବେଲ'
ଷୋହଳ ବୟସୀ ମୋ କାକୁଡି କଷି
     ପ୍ରେମ ତା ଅମୂଲ ମୂଲ 
ମୁହଁ ସଞ୍ଜ ବେଳେ ଚଉଁରାର ମୂଳେ 
    ସଞ୍ଜ ଦେଉଥିଲା 'ବେଲ '
ହେଲି ପାଖା ପାଖି ମିଶେଇଲି ଆଖି
     କରିଦେଲି ଟିକେ ଗେଲ 
ମୋ ପାଇଁ ସେ ଆଜି ସାଜି ଲାଣି ପାର 
       ମୁଁ ତାର ଦେବଦାସ 
ମୋ ପ୍ରେମରେ ପଡି ହେଲାଣି ପାଗେଳି
     ହେଲା ବଡ଼ ସର୍ବନାଶ 
କହିଲାଣି ଏବେ ମୋତେ ବାହା ନ'ହେଲେ
       ନିଶ୍ଚୟ ଖାଇବ ବିଷ 
ବାଳୁଙ୍ଗା ଟୋକା ମୁଁ ରୋଜଗାର ନାହିଁ 
      କୁହ ହେ କରିବି କିସ 
ଦୁଇ ଧାଡ଼ି କରି ମେସେଜ ଲେଖେ ସେ
     ଦି ଧାଡି  ଲେଖେ କବିତା 
ଗଭୀର ଜଳକୁ କଥା ତ ଗଲାଣି 
      ଘୁରେଇ ଦେଉଛି ମଥା 
ଚୋରା ପ୍ରୀତି ବଡ଼ ମିଠାରେ ସଙ୍ଗାତ 
     ପ୍ରୀତି କଲେ ନୂଆ ନୂଆ 
ନେଡି ଗୁଡ଼ ଥରେ କହୁଣୀ କୁ ଗଲେ 
      ଅନ୍ଧାର ଲାଗେ ଦୁନିଆ 
           * * * * * * *  ପ୍ରବୀର ମଲ୍ଲିକ୍ 
                           ଶାରଳା ପିଠା , ଝଙ୍କଡ଼ 
                                ଜଗତସିଂହପୁର

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...