ବତିଘର - ୧୨୨
ବାକ୍ୟ ବତିଘର ବିଜନ ବେଳାର
ଉଙ୍କା ଲହଡିର ସାକ୍ଷୀ
ସୂଚାଏ ବିପଦ ପାରେ ପରମାଦ
ନିଃସଙ୍କୋଚେ ନିରିମାକ୍ଷୀ
ବାଲି କଙ୍କଡାର ଖେଳରେ ବିଭୋର
ପ୍ରୀତ ପବନର ତାନେ
ଛିଟିକା ଛିଟାରେ ପତଳୀ ଅଣ୍ଟାରେ
ସମ୍ମୋହିତେ ସାବଧାନେ
- ଦାଶରଥି ସାହୁ
କୂଳେ ଫେରିବାକୁ ବାଟ ଯେ ବତାଏ
କାଟି ବିପଦର ଡର
ସିଏ ପରା ଆମ ବେଳାଭୂମି ପରେ
ଜଳୁଥିବା ବତୀଘର
ଅଶାନ୍ତ ସମୁଦ୍ରେ ଯେବେ ବି ଜାହାଜ
ହୋଇଯାଏ ଦିଗହରା
ବତୀଘର ସେଠି ନାବିକକୁ ଦିଏ
ଆଶାର ମେଞ୍ଚେ ସାହାରା
- ରାମ ଚନ୍ଦ୍ର ପ୍ରଧାନ
ଭବ ପାରବାରେ ଜୀବନ ନଉକା
ପ୍ରଭୁ ତୁମେ ବତୀଘର
ଦୁଃଖର ଗଣ୍ଡରୁ ଉଦ୍ଧାର କରିବ
ଏତିକି ଗୁହାରି ମୋର
ଲୋଡା ନାହିଁ ମୋତେ ସମୁଦ୍ରର ମୋତି
ତୁମରି ଆଶିଷ ଚାହେଁ
ଉଦ୍ଧାରିବ ପ୍ରଭୁ ସଙ୍କଟ ସମୟେ
ମୁଁ ତୁମର ଭୃତ୍ୟ ଟିଏ
- ଟୁକୁନା ସାହୁ
ସମୟର ତାଳେ ବିଦୀର୍ଣ୍ଣ ହୃଦୟ
ସ୍ବପ୍ନ ସବୁ ଆଜି ଗଳିତ ଶବ
ଭାରାକ୍ରାନ୍ତ ମନ ଖୋଜୁଚି ଭରଷା
ଭୁଲି ଫଗୁଣର ଚର୍ବିତ ସ୍ବାଦ
ଜୀବନ ଜାହାଜେ ଭାବନା ଖୋଜୁଚି
ସୁଦୀର୍ଘ ବିଶାଳ କାମନା ପଥ
ବତିଘର ସାଜି ଦିଗଦ୍ରଷ୍ଟା ହୁଅ
ଦୁଃଖ ହର ପ୍ରଭୁ ଅନାଥ ନାଥ
- ସନ୍ତୋଷ ପଟ୍ଟନାୟକ
ଅଶାନ୍ତ ସମୁଦ୍ର ବେଳାଭୂମି ପରେ
ଥାଏ ଯେଉଁ ବତିଘର
ରଙ୍ଗ ରୋଙ୍ଗଲିର ସ୍ତମ୍ଭମାନ ପ୍ରାୟ
ଦିଶଇ ତାର ଆକାର
ଅଶାନ୍ତ ସମୁଦ୍ର ଗଭୀର ଜଳରେ
ଦିଗହରା ନାବିକକୁ
ଦିଅଇ ଇସାରା ବଞ୍ଚିବାକୁ ରାହା
କୂଳକୁ ସେ ଆସିବାକୁ
- ଜଗବନ୍ଧୁ ସାହୁ
ସେଁ ସେଁ ପବନ ଆସିଚି ତୋଫାନ
ଢେଉ ଉଠେ ଭୟଙ୍କର ।
ଭାସୁଚି ଜାହାଜ ନୀଳ ଦରିଆରେ
ଯାତ୍ରି ମନ ହାହାକାର ।
ଅଶାନ୍ତ ସମୁନ୍ଦ୍ର ନୀଳ ଜଳରାଶି
ଦିଗହରା ଜାହାଜର ।
ଭରସା ଅଟେ ଦିଗନିର୍ଣ୍ଣୟ ଯନ୍ତ୍ର
ବେଳାଭୂମି ବତିଘର ।
‐ ରାଧା କୃଷ୍ଣ ବାୟକ
ବୁଡି ଆସିଲାଣି ବେଳରେ ନଉକା
ବୋହିଲାଣି ଝଡ ବାଆ,,,
ମାଡି ଆସିଲାଣି କଳା ବାଦଲଟା
ବେଗେ ବେଗେ ଯିବା ଚାଆ
କେତେ ବାଟ ଅଛି କୂଳକୁ ଆହୁରି
ଦିଶୁନାହିଁ ଜଳପଥ
ବତୀଘର ଦେଖି ଆଗକୁ ମାଡିବା
ସାହା ହେବେ ଜଗନ୍ନାଥ ।
- ରବିନ୍ଦ୍ର ସାହୁ
ନୀଳ ଦିରିଆର,ନିର୍ଜନ ବେଳାରେ
ନିଃସଙ୍ଗ ସେ ସହଚର,
ଝଡ଼, ଝଞ୍ଜା ବ୍ୟଥା ଉଚ୍ଚ କରି ମଥା
ଛିଡା ସେହି ବତୀଘର
ଜଳରାଶି ପରେ,ନାବିକ ମନରେ
କରେ ଭରସା ସଂଚାର,
ଯେତେ ଦୂରେ ଥିଲେ , ଫେରିବାର ପଥ
ହୁଏ ସୁଗମ ସୁନ୍ଦର ।
- ପ୍ରବୀର ମଲ୍ଲିକ
No comments:
Post a Comment