Friday, June 3, 2022

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ -୭】❀

╔⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
               ପ୍ରଥମ ଖଣ୍ଡ 
            【ଭାଗ -୭】
  ╚⏤⏤⏤⏤╗❀╔⏤⏤⏤⏤╝
  ✍ ଉପସ୍ଥାପନା; ଦୁଷ୍ମନ୍ତ କୁମାର ମିଶ୍ର 

ଋଷି ସନତ କୁମାର ସନ୍ଧ୍ୟା ଦର୍ଶନ ଶେଷ କରି ନୈମିଷା ଅରଣ୍ୟ ରେ ପ୍ରବେଶ ହେଲେ  ।ପୂର୍ବରୁ ସକଳ ଋଷିଗଣ ସନତ କୁମାର ଙ୍କୁ ଅପେକ୍ଷା କରିଥିଲେ  ।ସମସ୍ତ ଋଷି  ଉପଯୁକ୍ତ ଆସନ ଦେଇ ସନତ କୁମାର ଙ୍କୁ ନମସ୍କାର କରି କହିଲେ -ଭୋ ଦେବ !ନର୍କ ବିଷୟରେ ଆପଣ ଯେଉଁଠାରୁ ଛାଡି ଥିଲେ ଏବେ ସେହିଠାରୁ ଆମକୁ କହିବା ହୁଅନ୍ତୁ । ବ୍ରହ୍ମା ସୁତ କହିଲେ .........ହେ ଋଷିଗଣ ଏବେ ମନ କର୍ଣ୍ଣ ଦେଇ ଶୁଣିବା ହୁଅନ୍ତୁ ।ସନତ କହିଲେ ...

ଯେଉଁମାନେ ଇଷ୍ଟ ଦେବତାଙ୍କ ଉପରେ ବସ୍ତ୍ର ପ୍ରହାର କରେ ,ଯେଉଁ ମାନେ କ୍ରୋଧ ହୋଇ ବ୍ରାହ୍ମଣ ଙ୍କ ଶିର କାଟି ଦିଅନ୍ତି ,ସେମାନଙ୍କ ଅନ୍ତ କାଳରେ  ଯମଦୂତ ମାନେ  ତାଙ୍କୁ ନେଇ ଯାଇ ବାଟରେ ଲୁହା କଣ୍ଟା ରେ ତାଙ୍କ ଦେହ କୁ ଫୋଡି ଫୋଡି କଷ୍ଟ ଦିଅନ୍ତି ।ଏ ଭଳି ପାପୀ ଙ୍କୁ ନେଇ ଅସୃକ  କୁଣ୍ଡରେ ଯମଦୂତ ମାନେ ପକାଇ ଥାଆନ୍ତି । ଏମାନେ ସହସ୍ର ବର୍ଷ ନର୍କ ଭୋଗ କଲା ପରେ  ଶବରୀ ଗର୍ଭରେ  ସାତ ଥର ଜନ୍ମ ନିଅନ୍ତି ଓ ଜଙ୍ଗଲ ମଧ୍ୟରେ ବ୍ୟାଧ ରୂପେ ଏମାନେ ବୁଲନ୍ତି । ଏମାନେ ନାନା ପଚା ମାଂସ ଖାଇ ଜୀବନ କାଟନ୍ତି ।

ହେ ଋଷିଗଣ !ଯେଉଁମାନ  ଭକ୍ତ ଙ୍କୁ ପରିହାସ କରନ୍ତି ,ଭକ୍ତ ହରି ନାମ ଗାଇବା ,ନାଚିବା କାଳରେ ଉପହାସ କରନ୍ତି  ସେମାନେ ଶହେ ବର୍ଷ ଅଶ୍ରୁ କୁଣ୍ଡରେ ନର୍କ ଯନ୍ତ୍ରଣା ଭୋଗ କରନ୍ତି ।ତାପରେ ଏମାନେ ଚାଣ୍ଡାଳ ଯୋନି ରେ ଜନ୍ମ  ତିନି ଥର ହୁଅନ୍ତି ।ଏମାନେ ମଦ ମାଂସ ଖାଇ ସର୍ବଦା ପୋଷି ହୁଅନ୍ତି ।

ଯେଉଁ ଜନ ପର ହିଂସା ,ପରନିନ୍ଦା କରେ ,ପର ସମ୍ପଦ ଦେଖି ସହି ପାରେ ନାହିଁ  ସେମାନେ ମଳ କୁଣ୍ଡରେ ଶହେ ବର୍ଷ ଯାଏ ପଡନ୍ତି ।ସେମାନେ ଯେତେ କଷ୍ଟ ପାଆନ୍ତି ତାହା ବର୍ଣ୍ଣନା କରି ହେବ ନାହିଁ ।ସେମାନେ ମର୍ତ୍ତ୍ୟ କୁ ଆସି ଗଧ ଜନ୍ମ ହୁଅନ୍ତି ।ତିନି ଥର ଗଧ ଜନ୍ମ ନେବାପରେ  ସେମାନେ ଲୀନ ହୋଇଯାଆନ୍ତି ।

ହେ ଋଷିଗଣ !ଯେଉଁମାନେ ବଧିର କୁ ପରିହାସ କରନ୍ତି  ଯମଦୂତ ମାନେ ସେହି ମାନଙ୍କୁ  କର୍ଣ୍ଣ ମଳକୁଣ୍ଡେ ନେଇ ପକାଇ ଥାଆନ୍ତି ।ଏହାପରେ ଏମାନେ ମର୍ତ୍ତ୍ୟରେ ମାନବ ଜନ୍ମ ନିଅନ୍ତି ।ସାତ ଜନ୍ମଯାଏ ଏମାନେ ବଧିର ହୋଇ ବୁଲନ୍ତି ।

ଯେଉଁ ଜନ ଧନ ଆଶାରେ ପ୍ରାଣୀଙ୍କୁ ମାରେ  ସେ ଲକ୍ଷେ ବର୍ଷ ଯାଏ ମହାକୁଣ୍ଡ ନର୍କରେ ପଡେ ।ସାତ ଥର ଶଶକ ହୋଇ ଜନ୍ମ ନିଏ ।ପୋକ ଯୋକ ମାଛ ଇତ୍ୟାଦି ଖାଇ ଜୀବନ କଟାଏ ।

ଯେଉଁ ଜନ ଧନ ଲୋଭରେ କନ୍ୟା କୁ ବିକ୍ରି କରିଦିଏ ସେଇ ମାନଙ୍କୁ ଯମଗଣ ଧରି ନେଇ ମାଂସ କୁଣ୍ଡରେ ପକାଇ ଥାଆନ୍ତି ।ଲୁହା ବାଡ଼ି ଦ୍ୱାରା ଏମାନଙ୍କୁ ମାରନ୍ତି ।ତାଙ୍କ ନାକ ଓ କାନରେ ତେନ୍ତୁଳିଆ ବିଛା  ଭରି ଦିଅନ୍ତି ।ଏହି ପାପୀ ମଲି ମଲି ବୋଲି ଉଚ୍ଚ ସ୍ୱରରେ କାନ୍ଦୁଥାଏ ।ଯେତେ କାନ୍ଦିଲେ ମଧ୍ୟ ଯମ ଗଣ ତାଙ୍କୁ ଛାଡି ନଦେଇ  ହାତ ଗୋଡ଼ ବାନ୍ଧି ଦେଇ ନିଆଁ ରେ ପକାଇ ଦିଅନ୍ତି ।ସେମାନେ ଛଟପଟ ହୋଇ ବହୁତ କଷ୍ଟ ପାଆନ୍ତି ।ଅନେକ କାଳ ନର୍କ ଭୋଗିବା ପରେ  ତିନି ଥର ଘୁଷୁରୀ ଯୋନିରେ ଜନ୍ମ ନିଅନ୍ତି ।ଏହାପରେ ବାନରୀ ଗର୍ଭରେ ସାତ ଥର ଜନ୍ମ ନିଅନ୍ତି ।ପୁଣି କୁକୁର ଗର୍ଭରେ ସାତ ଥର ଜନ୍ମ ହୋଇ ଲୀନ ହୁଅନ୍ତି ।

ଯେଉଁମାନେ ସକାଳୁ ଉଠି ମଳ ଆହାର କରନ୍ତି  ସେମାନେ ସାତ ଜନ୍ମ ଯାଏ ବେଙ୍ଗ ହୁଅନ୍ତି ।ଆଉ ସାତ ଜନ୍ମ ଯୋକ ହୋଇ ବୁଲନ୍ତି ।ପୁଣି ସାତ ଜନ୍ମ ମାନବ ଯୋନିରେ ଜନ୍ମ ହୋଇ ମୁକ ହୋଇ ବୁଲନ୍ତି ।

ଯେଉଁମାନେ ପିତୃ ଶ୍ରାଦ୍ଧ ଦିନ କ୍ଷୌର ହୁଅନ୍ତି  ସେମାନେ ନର୍କ କୁଣ୍ଡରେ ଶହେ ବର୍ଷ ଯାଏ ପଡି ରୁହନ୍ତି ।

ଯେଉଁ ନୈବେଦ୍ୟ ଦ୍ରବ୍ୟ ରେ ବାଳ ପଡିଥାଏ  ଓ ସେହି ଦ୍ରବ୍ୟ କୁ ନେଇ ଶିବ ଲିଙ୍ଗ ରେ ଯିଏ ପୂଜା କରେ  ସେହି ଜନ ଙ୍କୁ ଯମଦୂତ ମାନେ ନେଇ କେଶକୁଣ୍ଡ ନର୍କରେ  ପକାଇ ଦିଅନ୍ତି । ସେଠାରେ ସେମାନଙ୍କର ହାତ ଗୋଡ଼ ବାନ୍ଧି ଦିଅନ୍ତି । ଏପରି ଜଣ ନୀଚ କୂଳରେ ଜନ୍ମ ନିଅନ୍ତି  । ଏମାନେ ଗୋରୁ ମାଂସ ଓ ମଦ୍ୟ ପାନ କରି  ଦିନ କାଟନ୍ତି ।

ଯେଉଁ ଜନ ଗୟା ତୀର୍ଥରେ  ପିଣ୍ଡ ଦିଏ ନାହିଁ  ଯମ ତାକୁ ବାନ୍ଧି ଆଣି ବହୁତ ଦଣ୍ଡ ଦିଏ । ସେହିମାନଙ୍କୁ ନେଇ ଅସ୍ଥି କୁଣ୍ଡ ନର୍କରେ ପକାଏ ।ଅୟୁତ ବର୍ଷ ପର୍ଯ୍ୟନ୍ତ ସେମାନେ ଅସ୍ଥି କୁଣ୍ଡ ନର୍କରେ ପଡ଼ିଥାନ୍ତି । ଏହାପରେ  ଏମାନେ ମାନବ ଯୋନି ରେ ଜନ୍ମ ନିଅନ୍ତି । ଏମାନେ ଅନ୍ଧ ହୋଇ ଦ୍ୱାର ଦ୍ୱାର ବୁଲି ଭିକ ମାଗନ୍ତି ।

ଯେଉଁ ଜନ ଅଜ୍ଞାନ ରେ ଗର୍ଭବତୀ ନାରୀ ଙ୍କୁ ହରଣ କରେ  ଯମଦୂତ ମାନେ ତାକୁ ନେଇ ତାମ୍ର କୁଣ୍ଡ ନର୍କରେ ପକାଇ ଦିଅନ୍ତି । ଏମାନେ ମନୁଷ୍ୟ ଜନ୍ମ ପାଆନ୍ତି ହେଲେ ଅଙ୍ଗ ହୀନ ହୋଇ ଥାଆନ୍ତି ।ଗୋଡ଼ ହାତ ତାଙ୍କର ଛିଡି ଯାଏ ଓ ଅନେକ କଷ୍ଟ ଏମାନେ ପାଆନ୍ତି ।

ଯେଉଁମାନେ ଅଭିଆଡ଼ି କନ୍ୟା କୁ ବଳତ୍କାର କରି ହରନ୍ତି  ସେମାନେ ସାତ ବର୍ଷ ଲୌହ ନର୍କରେ ପଡ଼ିଥାନ୍ତି  ।ତାପରେ ଧୋବା ହୋଇ ଜନ୍ମ ନିଅନ୍ତି ।ସାତ ଜନ୍ମ ଯାଏ ପର ଲୁଗା ଧୋଇ ଜୀବନ କାଟନ୍ତି ।ଧନ ହିନ ହୋଇ ସେ ବହୁତ କଷ୍ଟ ପାଏ । ଯେତେ ଅର୍ଜନ କଲେ ପେଟ ପୁରେ ନାହିଁ ।

     ଋଷି ସନତ କୁମାର ଏତିକି କହି ମୌନ ହୋଇଗଲେ ।ନୈମିଷା ଅରଣ୍ୟ ରେ ବସିଥିବା ସକଳ ଋଷିଗଣ ସନତ କୁମାରଙ୍କ ପାଦ ସେବା କରିବା ପରେ ଋଷି ସନତ ବିଶ୍ରାମ ନେଲେ ।

କ୍ରମଶଃ................

┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ -୬】❀

⏤  ╔⏤⏤⏤╝❀╚⏤⏤⏤⏤╗
                                 ଶିବ ପୁରାଣ
                                 ପ୍ରଥମ ଖଣ୍ଡ 
                                【ଭାଗ -୬】
                ╚⏤⏤⏤⏤╗❀╔⏤⏤⏤⏤╝
#ନର୍କମାନଙ୍କର_ବିବରଣ_ଓ_ନର୍କର_ବର୍ଣ୍ଣନା
       ✍ ଉପସ୍ଥାପନା; ଦୁଷ୍ମନ୍ତ କୁମାର ମିଶ୍ର 
⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆⋄✧⋄⋆⋅⋆⋅⋆⋄✧
ଋଷି ଉବାଚ ......!!!!
ଧାତା ସୁତ ଙ୍କର ବାଣୀ ଶୁଣି ଋଷିମାନେ କହିଲେ- ହେ ତପିମଣି !ଆମେ ଆପଣଙ୍କ ଠାରୁ ସୃଷ୍ଟିର ଆରମ୍ଭ କଥା ଶୁଣିଲୁ ।ଏକଥା ଜାଣିଲୁ ଯେ ପ୍ରଳୟ ଶେଷରେ ସୃଷ୍ଟି କୁ ମହାଦେବ ସର୍ଜନା କରିଛନ୍ତି ।ତାପରେ ଆପଣଂକ ଠାରୁ ଧର୍ମାଧର୍ମ  ବିଚାର ଶୁଣିଲୁ ।ଏହା ଜାଣିଲୁ ଯେ ଧର୍ମ ଯେଉଁ ପ୍ରାଣୀ କରେ ସେ ବ୍ରହ୍ମାଣ୍ଡ ରେ ଶ୍ରେଷ୍ଠ ପ୍ରାଣୀ ଅଟେ ।ଅଧର୍ମ ଜନେ ନର୍କ କୁଣ୍ଡରେ ପଡନ୍ତି ।ହେ ତପିବର !ସେହି ନର୍କ କୁ ଲୋକମାନେ କିପରି ଭୋଗ କରନ୍ତି ?ନର୍କ ର ନାମ ସବୁ କଅଣ କଅଣ ?। କେଉଁପରି ସେ ସବୁ ତିୟାର ହୋଇଛି ?।ଏସବୁ କୁ ଅନୁଗ୍ରହ କରି ଆମକୁ କୁହନ୍ତୁ ?।ଏ ସମସ୍ତ କଥା ଶୁଣିବାକୁ ଆମ ମନ ବଳିଛି । କେଉଁ କେଉଁ ପାପ କଲେ କେଉଁ ଦଣ୍ଡ ମିଳେ ଓ ଜନେ ତାହାକୁ ଭୋଗ କରେ  ତାହା ବିସ୍ତାର କରି ଆମକୁ କୁହନ୍ତୁ ?।

ସନତ କୁମାର ଉବାଚ.............!!!

ଋଷିମାନଙ୍କର କଥାଶୁଣି ଧାତା ସୁତ  ହସି ହସି କହିଲେ -ହେ ତପିଗଣ !ମୁଁ ଯାହା କହୁଛି ତାହାକୁ ମନ କର୍ଣ୍ଣ ଦେଇ ଶୁଣ ! କିପରି ନର୍କପୁର ତିଆରି ହୋଇଛି ସେ ବିଷୟରେ ମୁଁ ତୁମକୁ କହିବି । ସଞ୍ଜିବନୀ ପୁର  ଭିନ୍ନ ଭିନ୍ନ ପ୍ରକାର ରେ ତିଆରି ହୋଇଛି ।ପାପୀ ମାନେ କେଉଁ ପାପ କଲେ କେଉଁ ଦଣ୍ଡ  ନର୍କରେ ଭୋଗ କରନ୍ତି ତାହା ମୁଁ ଗୋଟି ଗୋଟି କରି ବିସ୍ତାରି କହୁଛି ଶୁଣ ।ମୁଁ ଯେତିକି ଜାଣିଛି ଓ ବୁଝିଛି  ଯେତେ ଯେତେ ନର୍କ ମାନ ସଞ୍ଜିବନୀ ପୁରରେ ଅଛି  ମୋ ପକ୍ଷରେ କହିବା ଦୁଃସାଧ୍ୟ ଅଟେ ।ତେବେ କେଉଁ କେଉଁ ନର୍କ ପ୍ରଧାନ ଅଟେ ତାହା ମୁଁ କହିବି ।ସଞ୍ଜୀବନୀ ପୁରରେ ଚୌରାଶୀ ପ୍ରକାର ମୁଖ୍ୟ ନର୍କ ଅଛି ।ସେଗୁଡିକ ହେଲା -କୁମ୍ଭୀପାକ ,ରୌରବ , ।ଏଦୁଇଟି ନର୍କ ରେ ମଳ ମୂତ୍ର କୁଣ୍ଡ  । ଅନଳ ,ତପତ  ଏ ଦୁଇଟି ଅଶ୍ରୁ ମଜ୍ଜା ଭାଣ୍ଡ । କୃମି ,ଶୋଣିତ ଓ ଅନ୍ୟାନ୍ୟ ବହୁତ ନର୍କ କୁଣ୍ଡ  ଯମ ପୁରରେ ଅଛି । ଗୋଟିଏ ଗୋଟିଏ କୁଣ୍ଡରେ  ପଚା ମାଂସ ପୁରି  ବହୁତ ଦୁର୍ଗନ୍ଧ ହୁଏ ।କେଉଁ କୁଣ୍ଡରେ ରୁଧିର ତ କେଉଁ କୁଣ୍ଡରେ ପୂଜ ଭର୍ତ୍ତି ହୋଇଥାଏ ।କେଉଁ କୁଣ୍ଡରେ ତପ୍ତ ତୈଳ ,ଆଉ କେଉଁ କୁଣ୍ଡରେ ଯୋକ ମାନ ଚଳୁଥିବାର ଦେଖାଯାଏ । ଏହିପରି ଭାବେ ଯମ ପୁରରେ ବହୁତ ନର୍କ କୁଣ୍ଡ ଅଛି ।ଜନ୍ତୁରାଜ ପାପୀ ଙ୍କୁ ବାଛି ବାଛି  ନର୍କ କୁଣ୍ଡରେ ପକାଏ ।

ଯେଉଁମାନେ ଜୀବନରେ ପରହିଂସା କରନ୍ତି  ମୃତ୍ୟୁ ପରେ ସେମାନେ ଅନଳ କୁଣ୍ଡରେ ପଡନ୍ତି ।ଅନଳ କୁଣ୍ଡ ପ୍ରଜ୍ଵଳ ଶିଖାରେ ଦାଉ ଦାଉ ହୋଇ ଜଳୁଥାଏ ।ତପ୍ତ ଲୌହ ସେଠାରେ ପଡିଥାଏ ।ଏହି ଲୌହ ଗୁଡିକ ହେଙ୍ଗୁଳ ପରି ଦିଶୁଥାଏ ।ପରହିଂସା କରିଥିବା ପାତକୀ ଏହି କୁଣ୍ଡରେ ପଡନ୍ତି ।ପାପୀର ଦେହରେ ଯେତିକି ଲୋମ ଥାଏ  ସେସବୁ ଯମରାଜ ଗଣି ସେତିକି କାଳ ଅଗ୍ନି କୁଣ୍ଡରେ ପକାଇ ଥାଆନ୍ତି ।ତାପରେ ଏହି ପାପୀ ପଶୁ ଯୋନି ରେ ଜନ୍ମ ନିଏ ।ତିନି ଜନ୍ମ ପଶୁ ଯୋନିରେ ଜନ୍ମ ହେଲା ପରେ ତାହାର କଷ୍ଟ ଦୂର ହୁଏ ।

ଯେଉଁମାନେ ଶୋଷି ଲୋକଙ୍କୁ ଜଳ ଦିଅନ୍ତି ନାହିଁ  ସେହି ଲୋକ ମଲା
ପରେ ଜନ୍ତୁପତି ତାକୁ ଅପାର କଷ୍ଟ ଦିଅନ୍ତି ।ଏହି ପାପୀ ମଲା ପରେ 
ଯମଦୂତ ମାନେ ତାକୁ ବାନ୍ଧି ନିଅନ୍ତି ।ତପ୍ତ କୁଣ୍ଡରେ ତାକୁ ପକାଇ ଦହ ନ କରନ୍ତି ।ସେହି ପାପୀକୁ  ଶହେ ଜନ୍ମ ଯାଏ  ଜନ୍ତୁପତି ପକ୍ଷୀ ଜନ୍ମ ଦିଅନ୍ତି ।

ଯେଉଁମାନେ ପିତୃଶ୍ରାଦ୍ଧ ଦିନ ଅତି ଆନନ୍ଦିତ ହୋଇ  ନିଜର ପିନ୍ଧିଲା ବସନ କୁ ଧୋବା ଘରେ ପକାଏ ,ମୃତ୍ୟୁ ହେଲେ ସେହି ଲୋକକୁ ଯମ ଦୂତମାନେ ନେଇ  ମାଡ଼ ମାରି କ୍ଷୀର କୁଣ୍ଡରେ ପକାଇ ଦିଅନ୍ତି ।ଏହି ଜନ ସାତଥର ଧୋବା ଘରେ ଜନ୍ମ ନିଏ ।ପ୍ରତି ଜନ୍ମ ରେ ସେ ନର୍କ ଭୋଗ କରେ ।

ଯେଉଁମାନେ  ପରର ଧନ କୁ ହରେ ।ବଳତ୍କାର କରି ନାରୀ କୁ ଯିଏ  ହରଣ କରେ  ,ଦେବସ୍ୱ ,ବ୍ରହ୍ମସ୍ୱ  ଯିଏ ବଳ ପୂର୍ଵକ ହରଣ କରେ ସେହି ଲୋକ ର ମୃତ୍ୟୁ ହେଲେ ଯମଗଣ ମାନେ ତାକୁ ବାନ୍ଧି ନେଇ  ତାକୁ ବହୁତ ମାଡ଼ ମାରି ତା ଦେହରେ ଲୁହା କଣ୍ଟା ଫୋଡି ଦିଅନ୍ତି ।ତାପରେ ସେହି ପାପୀକୁ ନେଇ ବିଷ୍ଠା  କୁଣ୍ଡରେ ପକାଇ ଦିଅନ୍ତି ।ସେ କେତେ କଷ୍ଟ ପାଏ ତାହା ମୁଖରେ କହିହେବ ନାହିଁ ।ଜନ୍ମ ଜନ୍ମାନ୍ତର ସେ ବିଷ୍ଠା ଖାଉଥାଏ ।

ଯେଉଁମାନେ ପର ପୋଖରୀ ରେ ଯାଇ ମାଟି ଖୋଳନ୍ତି  ସେହି ପାପୀ କୁ ନେଇ ଯମଦୂତ ମାନେ ମୂତ୍ର କୁଣ୍ଡରେ ପକାଇ ଦିଅନ୍ତି ।ପାପୀ ମୂତ୍ର ପିଇ ବହୁ କଷ୍ଟରେ ମୂତ୍ର ପିଇ ଜୀବନ ଧରେ ।ଏହି ପାପୀ ସାତ ଥର ଗୋଧି ହୋଇ ଜନ୍ମ ନିଏ ।

ଯେଉଁମାନେ ମିଷ୍ଠାନ କୁ ଲୁଚାଇ ଗୋପନରେ  ଖାଆନ୍ତି  ମୃତ୍ୟୁ ପରେ ସେମାନେ  ଚିର କାଳ ଶ୍ଳେଷ୍ମା  କୁଣ୍ଡରେ ନର୍କ ଭୋଗ କରନ୍ତି ।ଯମରାଜ ତାହାକୁ ବହୁତ ଦଣ୍ଡ ଦିଅନ୍ତି । ତାହାର ହାଡ଼ କୁ ଲୁହା
 ଶାବେଳି ରେ ବାଡେଇ ଭାଙ୍ଗି ଦିଅନ୍ତି । ସେହି ପାପୀ ଶହେ ବର୍ଷ ପ୍ରେତ ହୋଇ ବୁଲେ ।ମଲା ମଣିଷ ଙ୍କ ମାଂସ ,ରକ୍ତ ଖାଏ ।

ଯେଉଁମାନେ  ଅତିଥି ଙ୍କୁ ଦ୍ୱାର ମୁହଁରୁ ଫେରାଇ ଦିଅନ୍ତି ସେମାନଙ୍କୁ ବ୍ରହ୍ମହତ୍ୟା ପାତକ ଲାଗେ ।ତା ହସ୍ତରୁ ପିତୃପୁରୁଷ ମାନେ ଜଳ ସ୍ପର୍ଶ କରନ୍ତି ନାହିଁ ।ଯମ ଦୂତମାନେ ସେହି ଲୋକଙ୍କୁ ବହୁତ ମାଡ଼ ଦିଅନ୍ତି । ଏହି ଲୋକ ଶହେ ବର୍ଷ  ପୂତି ଗନ୍ଧ ନର୍କରେ ପଡେ ।ଶହେ ବର୍ଷ ପରେ ଏ ଲୋକ ଆସି ମର୍ତ୍ତ୍ୟରେ ଜନ୍ମ ହୁଏ ।ମର୍ତ୍ତ୍ୟରେ ଜନ୍ମ ହୋଇ ସାତଜନ୍ମ ଯାଏ ଦରିଦ୍ର ହୁଏ ।ଦ୍ୱାର ଦ୍ୱାର ବୁଲି ଭିକ ମାଗି ଖାଏ ।

ଯେଉଁମାନେ ବ୍ରାହ୍ମଣ କୁ ଦେଇଥିବା ଦାନ କୁ ହରଣ କରେ  ସେ ଲୋକ ଯକ୍ଷ ନର୍କ କୁଣ୍ଡରେ ପଡି  ବହୁତ କଷ୍ଟ ପାଏ। ଏହି ପାପୀ ମର୍ତ୍ତ୍ୟରେ ପୁଣି ଜନ୍ମ ନିଏ ।ମର୍ତ୍ତ୍ୟରେ କୃକଲାସ ହୋଇ ସାତଜନ୍ମ  ନିଏ।

ଯେଉଁମାନେ କାମେ ମତ୍ତହୋଇ ପର ନାରୀ କୁ ହରେ ,ସେହି ଲୋକ ମଲାପରେ ଯମଦୂତ ମାନେ ତାକୁ ବାନ୍ଧି ନେଇ  ବାଟରେ ତତଲାଲୁହା ରେ  ତାକୁ ମାରନ୍ତି ।ସେହି ପାପୀର ପାଟିରେ ଯମଦୂତ ମାନେ ମୁତନ୍ତି ।ଏହି ପାପୀ ଟି ଅଶ୍ରୁ କୁଣ୍ଡରେ ଶହେ ବର୍ଷ କଷ୍ଟ ପାଏ ।ଏହାପରେ ସାତ ଜନ୍ମ  ଗଉଡୁଣୀ ପୋକ ହୋଇ ଜନ୍ମ ହୁଏ ।

ସନତ ଋଷି କହିଲେ -ହେ ଋଷିଗଣ ମୋହର ଏବେ ସନ୍ଧ୍ୟା କରିବା ର ସମୟ ହେଲାଣି ।ଆଉ କେଉଁ ପାପୀ କି ପ୍ରକାର ଦଣ୍ଡ ବ୍ୟବସ୍ଥା ଅଛି ତାହା ମୁଁ ସନ୍ଧ୍ୟା ସରିଲା ପରେ କହିବି ।ଏହା କହି ବ୍ରହ୍ମା ସୁତ ସନ୍ଧ୍ୟା କରିବାକୁ ଗଲେ ।

କ୍ରମଶଃ............  

┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

Saturday, May 21, 2022

● ସାଗର ●

ସାଗର ହେ ସାଗର 
    ତୁମେ ଭାରି ସୁନ୍ଦର 
ପଚାରିବି ପ୍ରଶ୍ନ ଏକ 
    ଦେବକି ତା ଉତ୍ତର ? 
ପରବତ ଠାରୁ ବେଶୀ 
    କାହିଁ ଏତେ ଗଭୀର 
କି କାରଣେ ଲୁଣି ତୋର 
    ଜଳ ନୀଳ ରଙ୍ଗର ?
ସାଗର ହେ ସାଗର ।୧।

ଜନ୍ମ ଜନ୍ମାନ୍ତରୁ କେଉଁ 
     ଭାବ ଅଛି ତୁମର 
 କାହାପାଇଁ କାହିଁକି ବି , 
    ଉଠେ ତୋର ଜୁଆର 
କି କାରଣେ ଚିତ୍ତ ତୋର 
     ଥାଏ ସଦା ଅସ୍ତିର 
ଭିତରେ ଥାଉ ଶାନ୍ତ
     ଅଶାନ୍ତ ତୋ ବାହାର 
ସାଗର ହେ ସାଗର ।୨। 

ନଦୀ ସବୁ ଖରତର 
     ଛାଡି ଘର ତାଙ୍କର 
ତୋ ସହିତ ମିଶିବାକୁ 
     ମନ ହୁଏ ଅସ୍ତିର 
କୂଳକୁ ତୁ ଲଂଘୁ ନାହୁଁ  
     କେବେ କେଉଁ ଦିନର 
କିଏ ତୋତେ ରାଣ ଦେଲା 
      କହିବୁକି ସତର 
ସାଗର ହେ ସାଗର ।୩।

ସବୁ ଦେଶ ଭାବୁ ତୋର 
     ତୁହି ପୁଣି ତାଙ୍କର 
କାହାକୁ କରିନୁ କେବେ 
     ପର ଅବା ନିଜର 
ତୋର ଦରଶନ ପରେ 
     ଜଣାଯାଏ ମାତର 
ସାରା ପୃଥିବୀଟା ଲାଗେ 
     ଏକ ପରିବାରର 
ସାଗର ହେ ସାଗର ।୪।

କେଉଁ ଚିଜ ରଖିଅଛୁ 
     ତୋ ଗରଭ ଭିତର 
ସେ ସବୁକୁ ଦେଖିବାକୁ 
     ଭାରି ଇଚ୍ଛା ମୋହର 
ଗରବ ତୁ ସହୁ ନାହୁଁ 
     କେବେହେଲେ କାହାର 
ଗରବ ତା ଭାଙ୍ଗିଦେଉ 
     ଦେଖୁ ଯେବେ ଯାହାର 
ସାଗର ହେ ସାଗର ।୫।

ବସୁମତୀ ମାଆ ହେଲେ 
     କି ଲାଗିବୁ ଆମର 
ତୋ କୁଳ କାହିଁକି ସଦା 
     ଗଢା ଖାଲି ବାଲିର 
ଦେଖି ଶୁଣି ଲାଗେ ମୋତେ ହିଁ
      ମହାନ୍ ତୁ ସବୁର 
ସେଥିପାଇଁ ତୋ କୂଳରେ 
      ଅଛି କଳା ଠାକୁର 
ସାଗର ହେ ସାଗର ।୬।

   ✍ ଉପେନ୍ଦ୍ର କୁମାର ବସ୍ତିଆ ,ରାଉଲକେଲା 

Wednesday, May 18, 2022

॰॥ ସର୍ଵଂ ଵିଷ୍ଣୁମୟଂ ଜଗତ୍ ॥॰

॰॥ ସର୍ଵଂ ଵିଷ୍ଣୁମୟଂ ଜଗତ୍ ॥॰

ସଂସାରୀ ଲୋକଙ୍କୁ ସାଧୁସନ୍ଥମାନେ ପାଗଳ ବୋଧ ହୁଅନ୍ତି ‌ । ବହୁଵର୍ଷ ତଳେ ଉତ୍କଳ ଦେଶରେ ଜଣେ ସାଧୁ ରହୁଥିଲେ ! ସଂସାରକୁ ମାୟା ବୁଝି ତହିଁରେ ପରିଵ୍ୟାପ୍ତ ମୋହ ମାୟା ରାଗ ଦ୍ୱେଷକୁ ଜାଣି ସେ ପ୍ରାୟତଃ ମୌନ ରୁହନ୍ତି । ଏପରିକି ଯେତେବେଳେ କେହି ତାଙ୍କ ପୋଷାକ ଦେଖନ୍ତି ଏଵଂ ଵ୍ୟଙ୍ଗ୍ୟ କରନ୍ତି  କିମ୍ବା ତାଙ୍କୁ ପାଗଳ ବୋଲି ଭାବି ପଥର ମାରନ୍ତି ସେ ତିଳେ ମାତ୍ର ଵିଚଳିତ ନହୋଇ ତାହା ଦୈଵ ପରୀକ୍ଷା ମନେ କରି ନୀରଵ ରୁହନ୍ତି  । 

ଦିନକର କଥା ।  ସେହି ସାଧୁଜଣକ ଏକ ଗାଁଆ ଦେଇ ଯାଉଥାନ୍ତି ଦେଖିଲେ  ଏକ ଶ୍ଵାନ ତାଙ୍କର ପଶ୍ଚାତଗମନ କରୁଅଛି । 
ଆଗରେ ଗୋଟିଏ ବରଗଛ ଥିଲା ଯେ ସେଠାରେ କିଛି କ୍ଷଣ ଛିଡ଼ା ହେଲେ ଠିକ୍ ସେହି ସମୟରେ ପଛେ ପଛେ ଆସୁଥିଵା କୁକୁରଟି ତାଙ୍କ ପାଖରେ ପହଞ୍ଚି ଲାଙ୍ଗୁଡ଼ ହଲାଇଵାକୁ ଲାଗିଲା । 

ନିଜ ସମ୍ମୁଖରେ ଶ୍ଵାନଟିକୁ ଦେଖି ସେ ମହାତ୍ମାଙ୍କ ମନରେ କି ଭାଵ ଉତ୍ପନ୍ନ ହେଲା କେଜାଣି ସେ ପଛେ ପଛେ ଚାଲି ଆସିଥିଵା ସେହି ଶ୍ଵାନ ଉପରେ ସଵାର ହୋଇ ଭିକ୍ଷାନ୍ନରୁ ପ୍ରାପ୍ତ ଅନ୍ନ ଭକ୍ଷଣ କରିଵାକୁ ଲାଗିଲେ । 

ନିଘିନିଘିଆ ଉପରବେଳାଟାରେ
କିଛି ଲୋକ ସୂର୍ଯ୍ୟତାପରୁ ରକ୍ଷା ପାଇବା ପାଇଁ ସେଠାରେ ଵିଶ୍ରାମ ନେଉଥାନ୍ତି |
ଏହି ଦୃଶ୍ୟ ଦେଖି ସେହି ଲୋକମାନେ ପେଟ ଫଟେଇ ହସିଲେ,ହସି ହସି ଗଡି଼ଗଲେ । 

ସଂସାର ଵୈରାଗୀ ସାଧୁ ତ କାଳେ କାଳେ ରାଗ ଦ୍ଵେଷ ଚିନ୍ତାଶୂନ୍ୟ ହୋଇଥାନ୍ତି, ଏକଚାଲା ମନଭାବୁକା ସଦା ପ୍ରଫୁଲ୍ଲ ହୋଇଥାନ୍ତି ତେଣୁ ବରଗଛ ମୂଳେ ବସି ତାଙ୍କୁ ଦେଖି ହସୁଥିଵା ଲୋକଙ୍କୁ ଦେଖି ସେ ବି ହସିଦେଲେ...

ସେଠି ବସିଥିଵା ସବୁ ଲୋକ ଆଶ୍ଚର୍ଯ୍ୟ !!!

ଶେଷରେ ସାଧୁ କହିଲେ...

“ଵିଷ୍ଣ୍ଯୁପରି ସ୍ଥିତୋ ଵିଷ୍ଣୁଃ
ଵିଷ୍ଣୁ ଖାଦତି ଵିଷ୍ଣଵେ ।
କଥଂ ହସସିରେ ଵିଷ୍ଣୋ 
ସର୍ଵଂ ଵିଷ୍ଣୁମୟଂ ଜଗତ୍ ॥”

ସାଧାରଣ ଅର୍ଥ- ଵିଷ୍ଣୁଙ୍କ ଉପରେ ଵିଷ୍ଣୁ ଵସିଛନ୍ତି ( କୁକୁରରୂପୀ ଵିଷ୍ଣୁଉପରେ ଏ ମଣିଷରୂପୀ ଵିଷ୍ଣୁ ମୁଁ ଵସିଛି )। ଵିଷ୍ଣୁ ଵିଷ୍ଣୁକୁ ଖାଉଛି । ( ମଣିଷରୂପୀ ଵିଷ୍ଣୁ ମୁଁ ଖାଦ୍ୟରୂପୀ ଵିଷ୍ଣୁଙ୍କୁ ଖାଉଛି ) । ହେ ଵିଷ୍ଣୁ କାହିଁକି ହସୁଛ ? (ହେ ଵୃକ୍ଷମୂଳରେ‌ ଵସିଥିଵା ମଣିଷରୂପୀ ଵିଷ୍ଣୁ ! କାହିଁକି ହସୁଛ ? ) ତୁମେମାନେ କଅଣ୍ ଜାଣିନ ଯେ ଏ ସଂସାର (ଜଗତ୍) କେଵଳ ଵିଷ୍ଣୁମୟ ଅର୍ଥାତ୍ ସଵୁଥିରେ ଵିଷ୍ଣୁଙ୍କ ସତ୍ତା (ଆତ୍ମା) ଵିଦ୍ୟମାନ ।
       ଏହାର ସମର୍ଥିତ #ଗୀତାଶ୍ଳୋକ - ଵିଦ୍ୟା-ଵିନୟସମ୍ପନ୍ନେ ଵ୍ରାହ୍ମଣେ ଗଵି ହସ୍ତିନି , ଶୁନି ଚୈଵ ଶ୍ୱପାକେ ଚ ପଣ୍ଡିତାଃ ସମଦର୍ଶିନଃ । ଅର୍ଥାତ୍ ଜଣେ ପ୍ରକୃତଜ୍ଞାନୀ ଵା ଵ୍ରହ୍ମଜ୍ଞାନୀ ଆଵ୍ରାହ୍ମଣ ଚଣ୍ଡାଳ , ସର୍ଵପୂଜ୍ୟ  ଗୋମାତାଠାରୁ କୁକୁର ପର୍ଯ୍ୟନ୍ତ, ଵିଶାଳକାୟ ହାତୀଠାରୁ କ୍ଷୁଦ୍ରାତିକ୍ଷୁଦ୍ର ପୋତକ ପର୍ଯ୍ୟନ୍ତ ସମସ୍ତଙ୍କୁ ସମଦୃଷ୍ଟିରେ ଦେଖେ ଅର୍ଥାତ୍ ସମସ୍ତଙ୍କଠାରେ ଵ୍ରହ୍ମସତ୍ତା ଥିଵାରୁ ସମସ୍ତଙ୍କୁ ଵ୍ରହ୍ମମୟ/ଵିଷ୍ଣୁମୟ ଦେଖେ ।  ଯାହା କି ସେ ସାଧୁ କହିଛନ୍ତି ।

Monday, May 16, 2022

~: ଆହ୍ବାନ :~

~:  ଆହ୍ବାନ : ~

ଉତ୍କଳ-ଭାରତୀ-ଦେବୀ-ବିଶ୍ବରୂପା 
କଷଣ ବାସରେ ଆଜି ବି ନିମଗ୍ନା 
ସୁପ୍ତ ପୁତ୍ର ଗଣେ  ନୁହଁନ୍ତି  ଚିନ୍ତିତ 
ଦେଖି ଏଇ ଦୃଶ୍ୟ ଘୁରି ଯାଏ ମାଥ ।

କାଳର କରାଳେ ମୋଗଲ ମରାଠା 
ଲୁଟିଲେ ମାତିଲେ ହୋଇ ନିଲଠା 
ଫରାସୀ ଇଂରେଜ ହୋଇ ଏକାଠି 
ଧନ ଦଉଲତ ନେଲେ ଝପଟି  । 

ଆଣିଲା ଇଂରେଜ ସୂର୍ଯ୍ୟାସ୍ତ ଆଇନି
ଜମିଦାରୀ  ଅଣଓଡ଼ିଆ ବାହିନୀ 
ଦେଶରେ କଉଡ଼ି କଲେ ଅଚଳ 
ଦିନକେ ଓଡ଼ିଆ ହେଲା କାଙ୍ଗାଳ  ।

ଉତ୍କଳ ମୁକୁଟ ବାରବାଟୀ ଦୁର୍ଗ 
ତା ମଧ୍ୟେ ଶୋଭା ନବତଳପ୍ରାସାଦ 
ଭାଙ୍ଗି ଇଂରେଜ କଲେ ବାଟ ଘାଟ 
ଓଡ଼ିଆ ହୃଦୟେ  ବସିଲା ଛାଟ  ।

ଶତ ଶତ ବାର ଶ୍ରୀକ୍ଷେତ୍ର ଆକ୍ରମ 
ସହାୟତା କଲେ କିଛି ନରାଧମ 
ବକ୍ସି ବାଜି ବିର୍ସା ହୋଇଲେ ନିଧନ 
ସେଇକାଳୁ ସୁପ୍ତ  ଉଡ଼୍ର ସ୍ବାଭିମାନ । 

ଛାଡ଼ି ରଣନୀତି ଆପଣା ସାଧନ 
ଜାତୀୟ କର୍ମରୁ ହଟିଲା ମନ
ଖଡ୍ଗହସ୍ତେ ଶୋଭା ଝାଞ୍ଜ କୀର୍ତ୍ତନ 
ହଜିଗଲା ହୃଦୁ ମାନ-ସନମାନ  ।

ହଜାଇ ସଂସ୍କୃତି ସଂସ୍କାର ମାନ 
ମଠ-ମନ୍ଦିରେ ରଙ୍ଗଶାଳା ସ୍ଥାପନ 
ଦେଖି କୀର୍ତ୍ତି ପିତା ହୋଇ ବିମନ 
ନାନା ପରକାରେ ଖଞ୍ଜନ୍ତି କଷଣ ।

କାଞ୍ଚି ପରାଜିତେ ଜଗନ୍ନାଥ ହାତ 
ଭୁଲି ଗଲ କିବା ହେଇ ହତ ଚିତ୍ତ 
ଜାତୀୟତା ଘେନି ପୁରୁଷୋତ୍ତମ 
ହସ୍ତେ ଝାଡୁ କରି ଜଗତ ମହାନ ।

ଐର ଖାରବେଳ କୀର୍ତ୍ତି ପାରିଜାତ 
କେ ସରି ହୋଇବ ଅଛି କା ସାମର୍ଥ୍ୟ 
ସେଇ ଜାତି ଆଜି ହୋଇଛି ସୁପ୍ତ 
ଉତ୍କଳ ଭାଗ୍ୟରେ ସତେ ଦୁର୍ଭାଗ୍ୟ । 

ଉଠ ଭାତୃଗଣ ଖୋଲି ଚକ୍ଷୁ ମୁଦ 
ସଙ୍କଟେ ଭାଷା ଜନନୀକୁ ଦେଖ 
ବାତ୍ୟା ମନ୍ତ୍ର ଘେନି ପ୍ରକୃତି ମାତା
ଥରକୁ ଥର କରେ ଅଭିମନ୍ତ୍ରିତା ।

ଉଠି ଦେଖ ତବ ଅପବ୍ଯବସ୍ଥା 
ଆଶାୟୀ ଜନନୀ କରିଛି ଆସ୍ଥା 
ଜାତୀୟତା ଭାବେ ବିଚାର ଘେନ
ପ୍ରକୃତି ମାତାଙ୍କ ଏ ଯୁଦ୍ଧ ଆହ୍ବାନ ।
    ~~~~~୦~~~~
  ✍ ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ

-:ଶବ୍ଦାର୍ଥ:- 
🟤ନିମଗ୍ନା—(ନି+ମସଜ୍ ଧାତୁ = ବୁଡି଼ବା+କର୍ତ୍ତୃ. ତ+ଆ)
(କ) ବୁଡ଼ିଯାଇ ଥିବା
(ଖ)ଅନ୍ତଃପ୍ରବିଷ୍ଟା
(ଗ) ଏକାଗ୍ରଭାବରେ ନିବିଷ୍ଟ; ତନ୍ମୟ

 🟤ମାଥ—(ମଥ୍ ଧାତୁ = ମନ୍ଥନ କରିବା; ବଧ କରିବା+ଭାବ. ଅ)
 
(କ)ମନ୍ଥନ; ବିଲୋଡ଼ନ
(ଖ)ବଧ
(ଗ)ବ୍ଯଥା
(ଘ)ପଥ; ମାର୍ଗ

କିନ୍ତୁ ଏଠାରେ ଓଡ଼ିଆ ମସ୍ତକ; ମୁଣ୍ଡ; ମଥା ଅର୍ଥଜ ମାଥ ଶବ୍ଦ ଦେଶଜ ଓଡ଼ିଆ ଭାବେ ବ୍ୟବହାର ହୋଇଛି ‌ 

🟤ଛାଟ
(କ)ଚାବୁକ
(ଖ)ଛୋଟ ସରୁ ଯଷ୍ଟି
(ଗ)ଚାବୁକ ବା ଛାଟଦ୍ବାରା ପ୍ରହାର
 
🟤ଆକ୍ରମ —(ଆ+କ୍ରମ ଧାତୁ+ଭାବ. ଅ)
(କ)ନିକଟକୁ ଆସିବା
(ଖ)ଚଢ଼ାଉ କରିବା; ଅନ୍ୟ ବ୍ୟକ୍ତି ଉପରେ ବଳପୁର୍ବକ ପଡ଼ିବା ବା ଅଧିକାର କରିବା— 
(ଗ) ଅଧିକାର କରିବା
(ଘ)ନେବା; ବଳପୂର୍ବକ ନେବା
(ଙ)ବଳିବା
(ଚ)ଅତିରିକ୍ତ ବୋଝେଇ କରିବା
(ଛ)ବଳ
(ଜ)ବିକ୍ରମ
(ଝ)ଅତିକ୍ରମଣ
(ଞ)ପରାସ୍ତ କରିବା
(ଟ)ନିନ୍ଦା; ଆକ୍ରୋଶ
(ଠ)ରୋଗ ଘୋଟିବା

🟤ରଙ୍ଗଶାଳା
(କ)ନାଟ୍ୟଶାଳା
(ଖ)ନାଚଖାନା

🟤ମୁଦ
(କ)ଆନନ୍ଦ
(ଖ)ଚିଠି ଚାବି ବା ବାକ୍ସ ବନ୍ଦ କରି ତହିଁ ଉପରେ ଦିଆଯିବା ମୋହର ଛାପ
(ଖ)ମୋହର ମରା ଯାଇ ବନ୍ଦ ହୋଇ ଥିବା ଚିଠି
 (ଉ—ମୁଦ ଲଭି ମୁଦକୁ ରୋନିଲା କାନ୍ତି କରେ—ଭଞ୍ଜ)
 
(ଘ)ମୁଦ୍ରିତ କରିବା
(ଉ— ଦମୟନ୍ତୀ ନୟନ କଲା ମୁଦ—କୃଷ୍ଣସିଂହ ମହାଭାରତ. ବନପର୍ବ)

ଏଠାରେ ମୁଦ ଶବ୍ଦ ମୁଦ୍ରିତ କରିବା ବା ବନ୍ଦ ହେବା ଅର୍ଥରେ ବ୍ୟବହାର କରାଯାଇଛି ।

Friday, May 13, 2022

କଳିଙ୍ଗୋଡ଼୍ରୋତ୍କଳ ଏକ ଓ ଅଭିନ୍ନ

🟠କଟକର ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନ୍ୟ ନୃତ୍ୟ ସହିତ ସମ୍ବଲପୁରୀ ନୃତ୍ୟ ପରିଵେଷଣ ହୁଏ । 

🟠କଟକର ଶୈଳବାଳା ମହାଵିଦ୍ୟାଳୟରେ ସମ୍ବଲପୁରୀ ଵସ୍ତ୍ର ପରିଧାନ କରିଵା ଵାଧ୍ୟତାମୂଳକ ଅଟେ ।

🟠ଶ୍ରୀମନ୍ଦିରର ମାହାରୀ ନୃତ୍ୟ ଓ ପୁରୀ ରଘୁରାଜପୁରର ଗୋଟିପୁଅ ନୃତ୍ୟର ମିଶ୍ରଣରେ ସୃଷ୍ଟ ଓଡ଼ିଶୀ ନୃତ୍ୟର ଡ୍ରେସ୍ କୋଡ୍ ଭାଵେ ସମ୍ବଲପୁରୀ ଵସ୍ତ୍ର ରଖାଯାଇଛି । ସମ୍ବଲପୁରୀ ଵସ୍ତ୍ର ପରିଧାନ ପୂର୍ଵକ ଓଡ଼ିଶୀ ନୃତ୍ୟ ପରିଵେଷଣ ହୋଇଥାଏ ।

🟠ସମ୍ବଲପୁରୀ ଵସ୍ତ୍ରରେ ଯେଉଁ ଚିତ୍ର ଅଙ୍କିତ ହୁଏ ତାହା ଅଵିକଳ ପୁରୀ ପଟ୍ଟଚିତ୍ର ପରି ହୋଇଥାଏ । 

🟠ସମ୍ବଲପୁରୀ ଵସ୍ତ୍ରକୁ ଓଡ଼ିଶାର ସାଧଵମାନେ ବୋଇତରେ ଦୂର ଦୂରାନ୍ତକୁ ନେଇ ଯାଇ ଲୋକପ୍ରିୟ କରାଇଥିଲେ । ଫଳତଃ ଆଜି ଇଣ୍ଡୋନେସିଆର ଜାଭାରେ ରହୁଥିଵା ହିନ୍ଦୁମାନଙ୍କର ପାରମ୍ପରିକ ଶାଢ଼ୀ ସହିତ ସମ୍ବଲପୁରୀ ଶାଢ଼ୀର ବହୁଧା ସାମଞ୍ଜସ୍ୟ ଦୃଶ୍ୟ ହୋଇଥାଏ । 

🟠ସେହିପରି ପ୍ରତ୍ନତାତ୍ତ୍ବିକ ଦୃଷ୍ଟିରୁ ଓଡ଼ିଆ ଲିପି ପ୍ରଥମେ ପଶ୍ଚିମ ଓଡ଼ିଶାରେ ପ୍ରଚଳିତ ହୋଇଥିଲା । 

🟠ଖ୍ରୀପୂ ୪ର୍ଥ ଶତାବ୍ଦୀଠୁ ପୁରୁଣା କଳାହାଣ୍ଡିର ଗୁଡ଼ହାଣ୍ଡି ଗୁମ୍ଫାରେ ଓଡ଼ିଆ ଲିପି ରହିଛି

🟠ଖ୍ରୀଷ୍ଟାବ୍ଦ ୧୦୦୦ (ପ୍ରାୟ) ତ ସମ୍ବଲପୁର ଚର୍ଯ୍ୟାଗୀତି ବୌଦ୍ଧଦୋହାରେ ଓଡ଼ିଆ ଲିପି ରହିଛି

🟠ଖ୍ରୀଷ୍ଟାବ୍ଦ ୧୩୧୩ ବରଗଡ଼ ନୃସିଂହନାଥ ମନ୍ଦିରର ଓଡ଼ିଆ ଲିପି ଅଛି

🟠ନୂଆପଡ଼ାର ଯୋଗୀମଠ ଆଉ ମାଣିକେଶ୍ଵରୀ ମନ୍ଦିରର ପ୍ରତ୍ନଲେଖରେ ଓଡ଼ିଆ ଲିପି ଵ୍ୟଵହାର ହୋଇଛି

🟠ପଶ୍ଚିମ ଓଡ଼ିଶାର ଚୌହାନ (୧୮୦୦) ରାଜବଂଶଙ୍କ ରାଜାଦେଶ ତଥା ଭୀମଭୋଇ (୧୮୫୦ - ୧୮୯୫)ଙ୍କ ଦର୍ଶନ ଶାସ୍ତ୍ରରେ ଓଡ଼ିଆ ଲିପି ରହିଛି ।

🟠ଜାତି ଦୃଷ୍ଟିରୁ ଦେଖିଲେ ଓଡ଼ିଶାଵାସୀ ଉଡ୍ରମାନେ ଏକ ଜାତୀୟ ଅଟନ୍ତି । ଉଡ୍ରମାନଙ୍କର ପ୍ରାଚୀନ ଵାସସ୍ଥାନ ଅଵିଭକ୍ତ ସମ୍ବଲପୁର ଓ ଅଵିଭକ୍ତ କୋରାପୁଟର କେତେକ ଅଂଶରେ ଥିଲା ।

🟠ପ୍ରାଚୀନ ଉଡ୍ର ରାଜ୍ୟ ବୈତରଣୀ ଅଵଵାହିକାର କେଉଁଝର ଜିଲ୍ଲା , ବ୍ରାହ୍ମଣୀ ଅଵଵାହିକାରେ ଅନୁଗୁଳ ଜିଲ୍ଲା ଏଵଂ ମହାନଦୀ ଅଵଵାହିକାରେ ବଉଦ , ସୋନପୁର ଓ ସମ୍ବଲପୁର ପ୍ରଭୃତି ଅଞ୍ଚଳକୁ ନେଇ ଗଠିତ ହୋଇଥିଲା  । ଏ ସମସ୍ତ ଅଞ୍ଚଳ ଜନଜାତୀୟ ବହୁଳ ଥିଲା । ଵସ୍ତୁତଃ ଏହା ହିଁ ଥିଲା ସେହି ସମୟର ଓଡ୍ର ରାଜ୍ୟର ପରିସୀମା ।

ଭଞ୍ଜ ରାଜବଂଶର ଶାସକମାନେ ତନ୍ତ୍ର ସାଧନାର ପୃଷ୍ଠପୋଷକ ଥିଲେ ଏବଂ ସେମାନେ ଜଗନ୍ନାଥଙ୍କୁ ଈଷ୍ଟ ଦେବତା ରୂପେ ସମ୍ମାନ ଦେଲେ । ଏହା ଫଳରେ ଜଗନ୍ନାଥ ଓଡ୍ରର ରାଷ୍ଟ୍ର ଦେଵତାର ମାନ୍ୟତା ପାଇଲେ ଏଵଂ ତାଙ୍କର ପ୍ରସିଦ୍ଧି ଦୂର ଦୂରାନ୍ତରେ ଵ୍ୟାପିଗଲା । ତନ୍ତ୍ରଶାସ୍ତ୍ରରେ ତାଙ୍କୁ ଓଡ୍ରେଶ ନାମରେ ଅଭିହିତ କରାଗଲା ଏବଂ ଯେଉଁ ଅଞ୍ଚଳରେ ତାଙ୍କର ପୂଜା ପ୍ରଚଳିତ ଥିଲା, ତାହା ଓଡ୍ରପୀଠ ନାମରେ ପ୍ରସିଦ୍ଧି ଲାଭ କଲା । ଭାରତର ଚାରୋଟି ଶ୍ରେଷ୍ଠ ତନ୍ତ୍ର ପୀଠ ମଧ୍ୟରେ ଓଡ୍ରପୀଠ ସର୍ଵପ୍ରଥମ ଥିଲା ବୋଲି ‘କାଳିକା ପୁରାଣ’ରେ ଏହି ପ୍ରକାରେ ଉଲ୍ଲେଖ ଅଛି 

ଓଡ୍ରଖ୍ୟ ପ୍ରଥମଂ ପୀଠ ଦ୍ବିତୀୟଂ ଜାଳଶୈଳକମ୍ । 
ତୃତୀୟଂ ପୂର୍ଵପୀଠ ତୁ କାମରୂପଂ ଚତୁର୍ଥକମ୍ ।
 ଓଡ୍ରପୀଠ ପଶ୍ଚିମେତୁ ତସ୍ମୈ ବୋଡ୍ରେଶ୍ଵରୀ ଶିବାମ୍ । 
  କାତ୍ୟାୟିନୀ ଜଗନ୍ନାଥମ୍  ଓଡ୍ରେଶଂ ଚ ପ୍ରପୂଜୟେତ୍ ॥
 ଏହା ନିଶ୍ଚିତ ଯେ ପ୍ରାଚୀନ ଓଡ୍ରପୀଠ ମହାନଦୀ କୂଳରେ ପଶ୍ଚିମରେ ସମ୍ବଲପୁରଠାରୁ ପୂର୍ଵରେ ସୋନପୁର ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା । 
ସମ୍ବଲ୍ ଵା ସମଲ୍‌ ଗ୍ରାମର ଅଧ୍ୟାଷ୍ଠାତ୍ରୀ ଦେବୀ ଥିଲେ ସମଲା । ଆଧୁନିକ ସମ୍ବଲପୁର ସହର ପ୍ରଥମତଃ ସମ୍ବଲ ଵା ସମଲ ନାମରେ ଏକ ଛୋଟ ଗ୍ରାମ ଥିଲା ।

 ଷୋଡଶ ଶତକର ଶେଷ ଭାଗରେ ପାଟଣାଗଡର ଚୌହାନ ରାଜା ନରସିଂହ ଦେଵଙ୍କ ଵୈମାତୃକ ଭ୍ରାତା ବଳରାମ ଦେଵ ଏଠାରେ ରାଜଧାନୀ ପ୍ରତିଷ୍ଠା କରି ରାଜଧାନୀର ନାମ ରଖିଲେ ସମ୍ବଲପୁର ବା ସମଲପୁର) ଗ୍ରାମର ଜନଜାତୀୟ ଲୋକମାନେ ଏକ ପ୍ରସ୍ତର ଖଣ୍ଡକୁ ଦେଵୀଙ୍କର ପ୍ରତୀକ ରୂପେ ପୂଜା କରୁଥିଲେ ।
ସମଲା ଵା ସମଲାଇ ଦେଵୀ  ସାଧାରଣ ଗ୍ରାମ ଦେଵୀ ନ ଥିଲେ । ମଙ୍ଗଳା, ଶାରଳା, ବିମଳା, ବିରଜା ପ୍ରଭୃତି ଦେଵୀଙ୍କ ଭଳି ସମଲାଇଙ୍କର ମଧ୍ୟ ପ୍ରସିଦ୍ଧି ଥିଲା । ଏଥିରୁ ଦୁଇଟି ତଥ୍ୟ ଦୃଷ୍ଟିଗୋଚର ହୁଏ । ପ୍ରଥମଟି ହେଲା, ମହାନଦୀ କୂଳରେ ସମ୍ବଲ ପରଵର୍ତ୍ତୀ କାଳର ସମଲ୍ ଵା ଆଧୁନିକ ସମ୍ବଲପୁର ‘ଜ୍ଞାନସିଦ୍ଧି’ ଗ୍ରନ୍ଥାକାର ଇନ୍ଦ୍ରଭୂତିଙ୍କର ସମ୍ବଲ ରାଜ୍ୟ ଥିଲା ଏବଂ ତାହା ହିଁ ଥିଲା ଜଗନ୍ନାଥଙ୍କ ଉପାସନାର ଆଦିପୀଠ । 

ଦ୍ଵିତୀୟ ତଥ୍ୟ ହେଲା, ସମ୍ବଲ ଵା ସମଲରେ ଦେଵୀ ସମଲା ‘କାଳିକା ପୁରାଣର’ ଓଡ୍ରେଶ୍ଵରୀ ଶିଵା କାତ୍ୟାୟନୀ ଥିଲେ ଏଵଂ ସେ ହିଁ ଓଡ୍ରେଶ ଜଗନ୍ନାଥଙ୍କର ଭୈରଵୀ ଥିଲେ । 

ଆଉ ଏକ କଥା ଵିଚାରକୁ ଆସେ ଯେ ଯଯାତି ଜଗନ୍ନାଥଙ୍କର ନଵକଳେଵର ନିର୍ମାଣ କରି ତାଙ୍କର ପ୍ରତିଷ୍ଠା ପାଇଁ ସୋନପୁର ନିକଟରେ ଯେଉଁଠାରେ ମଣ୍ଡପ ନିର୍ମାଣ କଲେ ତାହା କୋଟ ସମଲାଇ ନାମରେ ପ୍ରସିଦ୍ଧ । 

ଅର୍ଥାତ୍ ଭୈରଵୀ ସମଲାଇଙ୍କ ଦୁର୍ଗରେ ଜଗନ୍ନାଥ ଅଵସ୍ଥାପିତ ହୋଇ ରହିଲେ । ସମଲାଇ ହେଲେ ସେହି ଜଗନ୍ନାଥ କ୍ଷେତ୍ରର କ୍ଷେତ୍ରାଧୀଶ୍ଵରୀ ଵା ପୀଠେଶ୍ୱରୀ । ପରଵର୍ତ୍ତୀ କାଳରେ ପୁରୁଷୋତ୍ତମ କ୍ଷେତ୍ରରେ ଯେତେବେଳେ ଜଗନ୍ନାଥଙ୍କ ମଣ୍ଡପ ନିର୍ମିତ ହେଲା, ସେହି କ୍ଷେତ୍ରର ପୀଠେଶ୍ଵରୀ ଵା କ୍ଷେତ୍ରାଧୀଶ୍ବରୀ ହେଲେ ଜଗନ୍ନାଥଙ୍କ ଭୈରଵୀ ବିମଳା । ଅଦ୍ୟାପି ବିମଳା ପୁରୀ ଜଗନ୍ନାଥଙ୍କ କ୍ଷେତ୍ରର ପୀଠେଶ୍ଵରୀ ହୋଇ ରହିଛନ୍ତି । ଏବେ ସୋନପୁର ନିକଟସ୍ଥ ପ୍ରାଚୀନ ଜଗନ୍ନାଥ କ୍ଷେତ୍ର କୋଟ ସମଲାଇ ନାମରେ ଅଭିହିତ ହୋଇ ରହିଛି । 

କିମ୍ବଦନ୍ତୀ ଅଛି ଯେ ଅନେକ ତାନ୍ତ୍ରିକା ଦେଵୀ ଦୂର ଦୂରାନ୍ତରୁ ପ୍ରତି ରାତ୍ରରେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥାନ୍ତି । ଏହି ଦେଵୀମାନେ ହେଲେ କାକଟପୁର ମଙ୍ଗଳା, ଚିଲିକାର କାଳୀଜାଈ, ଝଙ୍କଡ଼ ଶାରଳା, କଟକଚଣ୍ଡୀ, ବରୁଣେଇ, ଚର୍ଚ୍ଚିକା, ହିଙ୍ଗୁଳା, ଭଗଵତୀ, ରଣପୁରର ମଣିନାଗ ପ୍ରଭୃତି । 

ଏହି ଦେଵୀମାନଙ୍କ ମଧ୍ୟରେ ସମ୍ବଲପୁରର ସମଲାଇଙ୍କୁ ଅନ୍ତର୍ଭୁକ୍ତ କରାଯାଏ ନାହିଁ । କାରଣ ସେ ଥିଲେ ଶ୍ରୀଜଗନ୍ନାଥଙ୍କ ଆଦ୍ୟା ଭୈରଵୀ। ଅଦ୍ୟାପି ମଧ୍ୟ ସେ ଶ୍ରୀକ୍ଷେତ୍ରରେ ବିମଳା ନାମରେ ଜଗନ୍ନାଥଙ୍କ ଭୈରଵୀ ରୂପେ ଅଧିଷ୍ଠିତ ହୋଇ ରହିଛନ୍ତି । ସମଲା ଓ ବିମଳା ଏକ ଓ ଅଭିନ୍ନ, ବିମଳା ସମଲାଇଙ୍କର ନାମାନ୍ତର ଓ ରୂପାନ୍ତର ଅଟନ୍ତି ।

ଆମମାନଙ୍କ ମଧ୍ୟରେ ସଂହତି ଯାହା କାଳ କାଳ ଧରି ରହିଆସିଛି ତାହାକୁ ଅନ୍ଧ ଭଳି କଣ ଵିରୋଧ କରିଵାକୁ ଯାଇ ଅନ୍ୟର ପରିଚୟ ଚୋରୀ କରି ନିଜକୁ ପରିଚିତ କରାଇଵା ତଥା ନିଜର ପ୍ରକୃତ ଜାତି,ଭାଷା ଓ ଲିପିକୁ ଘୃଣା କରିଵା ଉଚିତ କି ? 

ଇତିହାସକୁ ନ ପଢ଼ି ନ ଜାଣି ଵା ଜାଣି ମଧ୍ୟ ଘୃଣା ଦ୍ଵେଷ ଯୋଗୁଁ ଆଖି ବୁଜି ନିଜ ମୂଳ ପରିଚୟକୁ  ଜାଳିଦେଲେ, ଜଳିଯିଵ ପୂର୍ଵଜଙ୍କ କୀର୍ତ୍ତି  , କଳା ହେଵ ପୂର୍ଵପୁରୁଷଙ୍କ ମୁହଁ ।

🔴🔴🔴🔴🔴🔴🔴🔴
ତଥ୍ୟ— 
ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ 
ଡାକ୍ତର ନିଷ୍ଠା ରଞ୍ଜନ ଦାଶ 
ଡକ୍ଟର ଜନ୍ମେଜୟ ଚୌଧୁରୀ

ସମ୍ପାଦନା ଓ ଚିତ୍ର—
ଶିଶିର ସାହୁ ମନୋଜ 
🔴🔴🔴🔴🔴🔴🔴🔴

Sunday, May 8, 2022

~: ଦେଲୁ ମୋତେ ମହାଶିକ୍ଷା :~

~: ଦେଲୁ ମୋତେ ମହାଶିକ୍ଷା :~

ପଞ୍ଜାବ କେଶରୀ ରଣଜିତ ସିଂହ
             ଅଶ୍ବ ଝପଟାଇ ଥରେ ,
ଦଳବଳ ଘେନି ଯାଉଥିଲେ କାହିଁ
             ଜନହୀନ ପଥପରେ । 
ସହସା ଫିଙ୍ଗିଲା ଢେଲାଟିଏ କିଏ
              ସତେ ଅବା ଲକ୍ଷ କରି ,
ବୀର ରଣଜିତ କପାଳେ ବାଜିଲା
               ରୁଧିର ପଡ଼ିଲା ଝରି ।
ନ ଦିଶିଲା ତାଙ୍କୁ କେଉଁ ଦିଗେ କିଛି
                 ତ୍ବରିତେ ଲଗାମ କଷି ,
ଓହ୍ଲାଇ ପଡି ସେ ଅଶ୍ବରୁ ଅଧିରେ
                   ପଥ ପରେ ଗଲେ ବସି।
ଓହ୍ଲାଇ ପଡିଲେ ସଇନ ସାମନ୍ତ
                    ମନ୍ତ୍ରୀ ପରିଷଦ ଜନ,
ନ ସ୍ଫୁରିଲା କଥା କାହାରି ବଦନୁ
                    ସବୁରି କାତର ମନ ।
ଏକି ହେଲା ଆହା କହନ୍ତି ସକଳେ
                   କ୍ରୋଧେ ଚଉପାଶେ ଚାହିଁ,
ଗରଜିଲେ ମନ୍ତ୍ରୀ କିଏ ସେ ଦୁର୍ମତି
                     ଧରିଆଣ ତାକୁ ଯାଇ ।
ଖେଦିଗଲେ ସୈନ୍ୟ ବିଲ ବନସ୍ତରେ
               ଖୋଜିଲେ କୋପରେ ଅତି,
ତୋଟା ଗହଳରୁ ନାରୀ ଟିଏ ଧରି
               ଆଣିଲେ ରାଜନ କତି ।
ପଶି ଯାଇଛି ତା କରୋଡରେ ଆଖି
               ବୋହି ପଡେ ଅଶ୍ରୁଜଳ ,
ଫୁଙ୍କି ଦେଲେ କାହିଁ ଉଡିଯିବ ତା'ର
                 କୁଟା ଖିଅକର ବଳ ।
କେଡେ ତୋ ସାହସ କହିଲେ ସଚିବ
                ନିଆଁ ରେ କରିଲୁ ଖେଳା,
ଚିହ୍ନି ନାହୁଁ କି ତୁ ରାଜା ରଣଜିତେ
                 ମାରିଲୁ ତାହାଙ୍କୁ ଢେଲା ।
କାକୁସ୍ଥରେ ଅତି କହିଲା ନାରୀ ଟି
                  ଶୁଣ ମୋ ଗୁହାରି ଥରେ ,
ତିନିଦିନ ହେଲା ଉପାସେ ପିଲା ମୋ
                  ଗଡ଼ଇ କତରା ପରେ ।
ମାଗି ଯାଚି ବୁଲି ପାଇଲିନି କାହିଁ 
                  ଖୁଦ ମଳୁଖରୁ ପୋଷେ ,
ଆସି ଥିଲି ଧାଇଁ ଏ ଘୋର ବନସ୍ତେ
                   ଫଳମୂଳ ନେବା ଆଶେ ।
ଫିଙ୍ଗିଲି ଟେକା ମୁଁ ଫଳକୁ ଗଛରେ
                    ସିଏତ ହେଲା ମୋ କାଳ ,
ଫଳରେ ନ ବାଜି ରାଜ କପାଳରେ
                    ଲେଖିଲା ରକତ ଗାର ।
ରକତ ଗାର ଏ ନୁହଇ ମାଆଲୋ
                    ଏ'ତ ମୋ ମଥାର ଟୀକା ,
ରଣଜିତ ସିଂହ କହିଲେ ଆବେଗେ 
                    ଦେଲୁ ମୋତେ ମହାଶିକ୍ଷା ।
ଫିଟାଇଲୁ ଆଖି ବୁଝିଲି ଆଜି ମୁଁ 
                       ବୃଥା ରାଜପଣ ସିନା ,
ପ୍ରଜା ଯେବେ ମରେ ପଲ୍ଲି ପୁରେ କାହିଁ
                        ଅନ୍ନ ମୁଠିକର ବିନା ।
ଏ ଦେଶର ଶିଶୁ ଏ ଦେଶର ମାଆ
                         ଅସହାୟେ ଯେବେ ଟଳେ ,
ମୋହଠାରୁ ବଳି ଅପରାଧୀ ଆଉ
                        କେହି ଅଛି ମହିତଳେ । 
ବିସ୍ମୟେ ଅନାଇ ଭାବିଲେ ସଚୀବ
                      ଏ କିବା ବିଚାର ରୀତି ,
ଦୋଷ କରି ପ୍ରଜା ପାଏ ନାହିଁ ଦଣ୍ଡ
                        ଦୋଷୀ ହୁଏ ନରପତି ।
କ୍ଷଣ ପରେ ପୁଣି ରାଜା ରଣଜିତ
                        କହିଲେ ମନ୍ତ୍ରୀରେ ଚାହିଁ 
ଜଣାଅ ତୁରିତେ ମୋ ରାଜ୍ୟରେ ଅଛି
                       ଅନାହାରେ କିଏ କାହିଁ ।
ଅଭାବ କଷଣ ନ ଘୁଞ୍ଚିଲେ ଦେଶୁ
                        ଜନମିବେ କାହୁଁ ବୀର ,
କିଏ ତେବେ ଆଉ ଜନମ ଭୂମିର
                       ଉନ୍ନତ ରଖିବ ଶିର। 
ଦେହେ ଦେହେ ଶକ୍ତି ସଞ୍ଚାର ପାଇଁକି
                       ଧରିଛି ହାତେ ମୁଁ ଅସ୍ତ୍ର ,
ଦିଅ ଏ ନାରୀକୁ ଯେତେ ପାର ଧନ 
                       ଯେତେ ପାର ଅନ୍ନ ବସ୍ତ୍ର ।

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...